ଓଡ଼ିଶାଲାଇଭ୍‌ ବ୍ୟୁରୋ

ଢ଼େଙ୍କାନାଳ ପରଜଙ୍ଗ ଥାନା ବଡ଼ଝର ରେଙ୍ଗାଳି କେନାଲରେ ଫସି ରହିଛି ହାତୀ। କେନାଲରେ ପାଣି ଭର୍ତ୍ତି ରହିଥିବାରୁ ହାତୀଟି କେନାଲରୁ ବାହାରି ପାରୁନି। ପାଣିରେ ହାତୀ ପହଁରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି।

ବାରମ୍ବାର ବାହାରକୁ ବାହରିବାକୁ ଉଦ୍ୟମ କରି ବିଫଳ ହେଉଛି ହାତୀ। ସ୍ଥାନୀୟ ଲୋକ ଏହା ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚିଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ବନବିଭାଗ ହାତୀକୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରଖିଛି।

ହାତୀକୁ ଉଦ୍ଧାର କରିବାରେ ବନ ବିଭାଗକୁ କେତେ ସମୟ ଲାଗିବ ତାହା ସ୍ପଷ୍ଟ ହୋଇନି।

Comment