ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଥିବା ଗିଫ୍ଟକୁ କିଣିବାକୁ ଚାହୁଁଛନ୍ତି କି? ଯଦି ହଁ ତାହାଲେ କେନ୍ଦ୍ର ପର୍ଯ୍ୟଟନ ବିଭାଗର ଇ-ନିଲାମୀ ପ୍ରକ୍ରିୟାରେ ସାମିଲ ହୁଅନ୍ତୁ। ପର୍ଯ୍ୟଟନ ବିଭାଗ ମୋଦିଙ୍କୁ ମିଳିଥିବା ପ୍ରାୟ ୨ ହଜାର ୭୭୨ ଗିଫ୍ଟର ନିଲାମ କରିବ। ସାଧାରଣ ଲୋକ ଚାହିଁଲେ ଇ-ନିଲାମୀ ଜରିଆରେ ମନ ପସନ୍ଦର ଗିଫ୍ଟ କିଣିପାରିବେ।

ସେପ୍ଟେମ୍ବର ୧୪ରୁ ଇ-ନିଲାମୀ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଏହା ଅକ୍ଟୋବର ୩ ଯାଏଁ ଚାଲିବ। ମୋଦିଙ୍କୁ ଦେଶ ତଥା ବିଦେଶର ଅନେକ ଦାମୀ ଉପହାର ମିଳିଛି।

କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ପଟେଲ କହିଛନ୍ତି, ‘‘ନିଲାମୀ ପ୍ରକ୍ରିୟାରେ ମୋଦିଙ୍କୁ ମିଳିଥିବା ଉପହାର ନିଲାମ କରାଯିବ। ଯିଏ ଚାହିଁବେ ସେମାନେ ଇ-ନିଲାମୀ ପ୍ରକ୍ରିୟାରେ ଭାଗ ନେଇପାରିବେ। ନିଲାମ ପ୍ରକ୍ରିୟାରେ ସର୍ବନିମ୍ନ ମୂଲ୍ୟ ରହିଛି ୨୦୦ ଟଙ୍କା ଏବଂ ସର୍ବାଧିକ ମୂଲ୍ୟ ରହିଛି ଅଢ଼େଇ ଲକ୍ଷ ଟଙ୍କା।’’

ଗତ ଜାନୁଆରୀ ମାସରେ ମଧ୍ୟ ମୋଦିଙ୍କୁ ମିଳିଥିବା ପ୍ରାୟ ୧୮୦୦ ଗିଫ୍ଟ ନିଲାମ କରାଯାଇଥିଲା। ଏଥଇରେ ମୋଦିଙ୍କୁ ମିଳିଥିବା ଏକ ତୈଳ ଚିତ୍ର ଏବଂ ବାଡ଼ିକୁ ପାଞ୍ଚ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଥିଲା।

ଏହାସହ ମୋଦିଙ୍କୁ ମିଳିଥିବା ଭଗବାନ ଶିବଙ୍କର ଏକ ଫଟୋଚିତ୍ର ନିଲାମରେ ସାମିଲ କରାଯାଇଥିଲା। ଏହାକୁ ୧୦ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଥିଲା।

Comment