ଓଡ଼ିଶାଲାଇଭ ବ୍ୟୁରୋ

ଜୟପୁର: ପଞ୍ଚାୟତ ସମିତିର ଏକ ବୈଠକ ଜୟପୁର ବ୍ଲକ ସଭା ଗୃହରେ ଅନୁଷ୍ଠିତ ହୋଇଛି। ବୈଠକରେ ବିଧାୟକ ତାରା ପ୍ରସାଦ ବାହିନିପତି ଉପସ୍ଥିତ ରହି ଜୟପୁର ବ୍ଲକରେ ବହୁ ରାସ୍ତା ନିମ୍ନ ମାନ ରହିଥିବା ବେଳେ କେତେ ରାସ୍ତାକୁ ଆରଡି ଅଧିନକୁ ନେବା ପାଇ ପ୍ରସ୍ତାବ ଦେବା ସହ ପ୍ରତ୍ୟେକ ପଞ୍ଚାୟତରେ ପାର୍କ କରିବାକୁ ପରାମର୍ଶ ଦେଇଥିଲେ।

ହାଟରୁ ଗାଇ କିଣି ଆନ୍ଦ୍ର ଚାଲାଣ ହେଉଛି। ଏହାକୁ ରୋକିବା ଭେଟନାରି ବିଭାଗର ଦାୟିତ୍ୱ ହୋଇଥିବା ବେଳେ ଏହାକୁ ରୋକାଯାଇ ପାରୁ ନାହିଁ। ତେବେ ବେଆଇନ ଭାବେ ହେଉଥିବା ଗୋ ଚାଲାଣକୁ ରୋକିବାକୁ ଏଥିରେ ନିଷ୍ପତ୍ତି ହୋଇଛି।

ସ୍କୁଲରେ ମଧ୍ୟାହ୍ନ ଭୋଜନ ପାଇଁ ସେଣ୍ଟ୍ରାଲ କିଚେନ କରାଯାଇଛି। ସେଠାରୁ ଆସୁଥିବା ଭୋଜନ ଛାତ୍ରଛାତ୍ରୀମାନେ ଖାଇ ପାରୁନାହାନ୍ତି। ତେଣୁ ଏହାକୁ ବନ୍ଦ କରାଯାଇ ଏସଏସଜି ଗ୍ରୁପକୁ ଦିଆଯିବ ବୋଲି ବିଧାୟକ ମତ ଦେଇଥିଲେ। ଏହି ନିଷ୍ପତ୍ତିରେ ସମସ୍ତ ସମିତି ସଭ୍ୟ ସରପଞ୍ଚ ସହମତି ପ୍ରକାଶ କରିଥିଲେ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ସୁକାନ୍ତି ବାଗଦେରିଆ, ଉପାଧ୍ୟକ୍ଷ ଇଶ୍ୱର ବାଘ, ବିଡିଓ ସୁରଜ କୁମାର ପଟ୍ଟନାୟକ, ଜିପିଓ କୌଳଶ ଚନ୍ଦ୍ର ରଥ, ଜିଲ୍ଲା ପରିଷଦ ସଭ୍ୟ ମନଧର ବାଧବା, ବଲ୍ଲଭ ନାୟକ, ସାସଂଦ ପ୍ରତିନିଥି କୃଷ୍ଣ ଚନ୍ଦ୍ର ନେପାକ ପ୍ରମୁଖ ଉପସ୍ଥିତ ଥିଲେ।

Comment