ଓଡ଼ିଶାଲାଇଭ ବ୍ୟୁରୋ

ଚନ୍ଦ୍ର ପୃଷ୍ଠରେ ହାର୍ଡ ଲ୍ୟାଣ୍ଡ କରିଥିବା ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ କରିବାକୁ ଉଦ୍ୟମ ଜାରି ରଖିଛି ଇସ୍ରୋ। ବିକ୍ରମ ସହ ଯୋଗାଯୋଗ କରିବାକୁ ଇସ୍ରୋ ଅସଫଳ ହେବା ପରେ ବର୍ତ୍ତମାନ ନାସା ଏହି ପ୍ରୟାସ କରିଛି। ନାସା ଲ୍ୟାଣ୍ଡର ବିକ୍ରମ ସହ ସମ୍ପର୍କ ସ୍ଥାପନ ପାଇଁ ‘ହେଲୋ’ ମେସେଜ ପଠାଇଛି।

ନାସାର ଜେପିଏଲ ପକ୍ଷରୁ ବିକ୍ରମ ସହ ଅନ୍ତରୀକ୍ଷ ନେଟଓ୍ଵର୍କ ମାଧ୍ୟମରେ ଯୋଗାଯୋଗ କରିବାର ପ୍ରୟାସ କରାୟାଉଛି। ଇସ୍ରୋ ଓ ନାସାର ମିଳିତ ସହଯୋଗରେ ଏହି ଉଦ୍ୟମ କରାଯାଉଛି। ୧୪ ଦିନ ଭିତରେ ଯଦି ବିକ୍ରମ ସହ ସମ୍ପର୍କ ସ୍ଥାପନ ନହୋଇ ପାରିବ ତେବେ ପୁନର୍ବାର ଯୋଗାଯୋଗ ଅସମ୍ଭବ ହୋଇଯିବ।

ସେପ୍ଟମ୍ଵର ୬ ତାରିଖ ବିଳମ୍ଵିତ ରାତିରେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଙ୍ଗ କରିଥାନ୍ତା। ହେଲେ ୨.୧ କିଲୋମିଟରରୁ ବିକ୍ରମ ସହ ଯୋଗାଯୋଗ ବିଚ୍ଛନ୍ନ ହୋଇଥିଲା। ସେବେଠାରୁ ବିକ୍ରମ ସହ ଯୋଗାଯୋଗ କରିବାକୁ ପ୍ରୟାସ କରୁଛି ଇସ୍ରୋ।

Comment