ଓଡ଼ିଶାଲାଇଭ୍ ବ୍ୟୁରୋ

ମାଲାକାନଗିରିରେ ମିଳୁଛି ପ୍ଲାଷ୍ଟିକ୍‌ ଅଣ୍ଡା। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସ୍ଥାନୀୟ ହାଇଟେକ୍‌ କଲୋନିର ଦିଗାମ୍ବର ବେହେରା ନାମକ ଜଣେ ବ୍ୟକ୍ତି ଶୁକ୍ରବାର ସକାଳେ ଏକ ଦୋକାନରୁ ୪ଟି ଅଣ୍ଡା କିଣିଥିଲେ। ସେଥି ମଧ୍ୟରୁ ତିନୋଟି ଅଣ୍ଡା ପ୍ଲାଷ୍ଟିକ ବାହାରିଥିଲା।

ଏହି ଅଣ୍ଡାକୁ ଭାଙ୍ଗିବା ପରେ ଏହାର କେଶରକୁ ହାତରେ ଧରିଲେ ରବର୍‌ ଭଳି ଝୁଲି ରହୁଛି। ଏହି ଅଣ୍ଡାର ଆକାର ଅନ୍ୟ ଅଣ୍ଡାଠୁ ଟିକେ ଭିନ୍ନ। ଅଣ୍ଡାଗୁଡ଼ିକ ଟିକେ ଗୋଲିଆ ଆକାରର।

ଏହି ଅଣ୍ଡା ବିଷୟରେ ଦୋକାନି ଜଣକ କହିଥିଲେ ଯେ, ଏହି ଅଣ୍ଡା ସେ ହୋଲସେଲ୍‌ରୁ ଆଣିଥିଲେ। ଏହି ଘଟଣା ସମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି।

Comment