ଓଡ଼ିଶାଲାଇଭ୍ ବ୍ୟୁରୋ

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆସନ୍ତା ୨୭, ୨୮ ତାରିଖରେ କୋବିନ୍ଦ ଓଡ଼ିଶାରେ ରହିବେ।

୨୭ ତାରିଖ ଦିନ୧୧ଟା ସମୟରେ ରାଷ୍ଟ୍ରପତି ଭୁବନେଶ୍ୱରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ସେହିଦିନ ରାତିରେ ସେ ରାଜଭବନରେ ରାତ୍ରିଯାପନ କରିବେ।

ସେହିଭଳି ତା’ପର ଦିନ ଅର୍ଥାତ୍‌ ୨୮ ତାରିଖ ସକାଳ ୬ଟା ୧୦ରେ ସେ ଗୋପାଳପୁର ଯିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଶୁକ୍ରବାର ଭୁବନେଶ୍ୱର ଡି଼ଜି କ୍ୟାମ୍ପ ଅଫିସରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଛି। ପୋଲିସ ଡ଼ି଼ଜି ବିଜୟ କୁମାର ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଛି। ଏହି ବୈଠକରେ ରାଷ୍ଟ୍ରପତିଙ୍କ ସୁରକ୍ଷା ସଂପର୍କରେ ଆଲୋଚନା ହୋଇଛି।

ଏଥିରେ ଭୁବନେଶ୍ୱର ଡିସିପି, ଆଇଜି ଅପରେସନ୍, ସ୍ପେଶାଲ ଡ଼ିଜି, ପୋଲିସ୍ ଡ଼ିଜି, କୋଷ୍ଟାଲ ସିକ୍ୟୁରିଟି ଗୁଇନ୍ଦା ବିଭାଗର ଆଇଜି, ଗଞ୍ଜାମ ଏସପି ଓ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ରହିଥିଲେ।

Comment