ଓଡ଼ିଶାଲାଇଭ୍ ବ୍ୟୁରୋ

ଗର୍ଭାବସ୍ଥା ପରେ ଓଜନ କମାଇବା ଲାଗି ଡାଏଟରେ କ’ଣ ସାମିଲ କରିବେ ତାହା ଜାଣନ୍ତୁ।

ଗର୍ଭାବସ୍ଥା ସମୟରେ ମହିଳାଙ୍କ ଶରୀରରେ ସାମାନ୍ୟ ପରିବର୍ତ୍ତନ ତ ହୋଇଥାଏ। ଯେପରିକି ଓଜନ ବଢ଼ିବାପେଟ ବାହାରକୁ ବାହାରିବା ଇତ୍ୟାଦି। ତେବେ ସେଥିଯୋଗୁ ବ୍ୟତିବ୍ୟସ୍ତ ହୋଇ ଡାଏଟରେ ଅଚାନକ ପରିବର୍ତ୍ତନ କଲେ ଆପଣ ଅସୁବିଧାରେ ପଡ଼ିବେ।

ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କମାନଙ୍କ ଅନୁସାରେ ଶିଶୁକୁ ଜନ୍ମ ଦେବା ପରେ ଆଜିକାଲି ଅନେକ ମା ନିଜର ଓଜନ ପାଇଁ ବ୍ୟତିବ୍ୟସ୍ତ ହୋଇ ପ୍ରଥମ ମାସରୁ ହିଁ ଓଜନ କମାଇବାକୁ ଉଦ୍ୟମ କରୁଛନ୍ତି। କିନ୍ତୁ ଯଦି ପ୍ରତି ମାସରେ ଆପଣ ୫ କିଲୋ ଲେଖାଏଁ ଓଜନ କମାଇବାକୁ ଚାହିଁବେ ତା’ ହେଲେ ଏହାଦ୍ୱାରା ଶରୀରରେ ପିଲା ପାଇଁ କ୍ଷୀର ବନିବା କମିଯିବ।

ଏଭଳି ଭାବେ ତୀବ୍ର ଗତିରେ ଓଜନ କମିଲେ ଶରୀରରେ ଚର୍ବିରେ ଜମିଥିବା ବିଷାକ୍ତ ପଦାର୍ଥ ରକ୍ତରେ ମିଶିବା ସହିତ କ୍ଷୀରରେ ମିଶିଯିବ। ଏହାଦ୍ୱାରା ପିଲାକୁ କ୍ଷତି ପହଞ୍ଚିବାର ଆଶଙ୍କା ଥାଏ। ତେଣୁ ପ୍ରତି ସପ୍ତାହରେ ପ୍ରାୟ ୧୫୦ ପାଉଣ୍ଡ ଓଜନ କମାଇବାର ଲକ୍ଷ୍ୟ ରଖି ଚାଲନ୍ତୁ। ଦିନରେ ୫୦୦ କ୍ୟାଲୋରୀ କମିବା ଭଳି ଖାଦ୍ୟ ଗ୍ରହଣ କରନ୍ତୁ। ସେହି ୫୦୦ କ୍ୟାଲୋରୀ କମ କରିବା ଲାଗି ଆପଣଙ୍କୁ ବ୍ୟାୟାମ ଓ ଖାଦ୍ୟ ନିୟନ୍ତ୍ରଣ କରିବାକୁ ପଡ଼ିବ।

 –ଡାଏଟରେ ଲୋ ଫ୍ୟାଟ କ୍ଷୀରଦହିପାଉଁରୁଟି ସାମିଲ କରନ୍ତୁ।

 କମ ଚର୍ବି କିନ୍ତୁ ଅଧିକ ଫାଇବର ଥିବା ଖାଦ୍ୟ ଯେପରିକି ସେଓସନ୍ତରାଜାମୁଗାଜର ଏବଂ କାକୁଡ଼ି ଖାଆନ୍ତୁ।

ସ୍ୟାଣ୍ଡୱିଚରେ ଆଳୁ ପରିବର୍ତ୍ତେ ଗାଜରପରିବାର ମିଶ୍ରଣ ରଖି ଖାଆନ୍ତୁ।

ମିଠା ପସନ୍ଦ ଥିଲେ ଚିନି ପରିବର୍ତ୍ତେ ଗୁଡ଼ରେ ପ୍ରସ୍ତୁତ ମିଠା ଖାଆନ୍ତୁ।

ଶରୀରରେ ଗୁଡ ଫ୍ୟାଟର ପରିମାଣ ବଢ଼ାଇବାକୁ ଉଦ୍ୟମ କରନ୍ତୁ। ଅଲିଭ ଅଏଲମଗଜ ଏବଂ ସାଲମନ ମାଛରୁ ଏହା ମିଳିଥାଏ।

ସାଚ୍ୟୁରେଟେଡ ଫ୍ୟାଟଠାରୁ ଦୂରେଇ ରୁହନ୍ତୁ। ଏଥିପାଇଁ ଆପଣଙ୍କୁ ମାଂସମଲାଇଯୁକ୍ତ କ୍ଷୀରଦହି ଏବଂ ତେଲଛଣାଛଣି ଖାଦ୍ୟରୁ ଦୂରେଇ ରହିବାକୁ ପଡ଼ିବ।

ଶରୀରରେ କାର୍ବୋହାଇଡ୍ରେଟର ସନ୍ତୁଳନ ବଜାୟ ରଖିବା ଲାଗି ଖିଚୁଡ଼ିପଲଉପରଟା ଏବଂ ରୁଟିକୁ ନିୟମିତ ଭାବେ ଖାଆନ୍ତୁ।

ଏହାଛଡ଼ା କଳା ଅଙ୍ଗୁରଆମ୍ବକଦଳୀକିସମିସ ଏବଂ ଖଜୁରୀ ଖାଇବା ଜରୁରୀ। ଚା’, କଫିର ପରିମାଣକୁ କମ କରନ୍ତୁ।

ଏହି ସମୟରେ ସପ୍ତାହରେ ଦୁଇଥର ମାଛଅଣ୍ଡା ନିଶ୍ଚିତ ଭାବେ ଖାଆନ୍ତୁ।

ସନ୍ତାନ ପ୍ରସବ ପରେ ଶରୀରକୁ ଉପଯୁକ୍ତ ପ୍ରୋଟିନ ଯୋଗାଇବା ଲାଗି ସୋୟାବିନକୁ ନିଶ୍ଚିତ ଭାବେ ଖାଦ୍ୟରେ ସାମିଲ କରନ୍ତୁ।

ଗ୍ୟାସକୋଷ୍ଠକାଠିନ୍ୟରୁ ରକ୍ଷା ପାଇବା ଲାଗି ମଟରଛୋଲେରାଜମା ଭଳି ଖାଦ୍ୟକୁ ଏଡ଼ାଇ ଯାଆନ୍ତୁ।

ଗରମ ଦିନରେ ନଡ଼ିଆ ପାଣି ଡିହାଇଡ୍ରେସନକୁ ଦୂର କରିଥାଏ। ଏହାଛଡ଼ା ସେଥିରୁ ଅନେକ ପ୍ରକାରର ଭିଟାମିନ୍ ଏବଂ ମିନେରାଲ୍ସ ମିଳିଥାଏ। ଏହାକୁ ନିୟମିତ ଭାବେ ପିଇଲେ ବି ଓଜନ କମେ।

ସେହିପରି ବାସି ଖାଦ୍ୟଫ୍ରୋଜନ ଫୁଡ୍କୋଲ୍ଡ ଡ୍ରିଙ୍କସ ପିଅନ୍ତୁ ନାହିଁ। ଏଥିରେ ଥିବା ପ୍ରିଜରଭେଟିଭ ଆପଣଙ୍କର ଓଜନକୁ କମାଇବାକୁ ଦେବନାହିଁ।

Comment