ଓଡ଼ିଶାଲାଇଭ୍ ବ୍ୟୁରୋ
ଗତ ସେପ୍ଟେମ୍ବର ୬ରେ ଭାରତରେ ଲଞ୍ଚ ହୋଇଥିବା ଭିଭୋ ଜେଡୱାନ୍ ଏକ୍ସ ସ୍ମାର୍ଟଫୋନର ବିକ୍ରି ଆଜିଠାରୁ ଆରମ୍ଭ ହୋଇଛି। ଆଜି ମଧ୍ୟାହ୍ନ ୧୨ଟାରୁ ଇ-କମର୍ସ ସାଇଟ୍ ଫ୍ଲିପକାର୍ଟରେ ଏହି ସ୍ମାର୍ଟଫୋନର ଫ୍ଲାସ ସେଲ କରାଯାଇଥିଲା। ସେହିପରି ଭିଭୋ ଇଣ୍ଡିଆ ଇ-ସପ୍ ୱେବସାଇଟ୍ରୁ ମଧ୍ୟ ଗ୍ରାହକ ଏହି ସ୍ମାଟଫୋନକୁ କିଣି ପାରିବେ।
‘ଭିଭୋ ଜେଡ୍ ୱାନ୍ ଏକ୍ସ’ ସ୍ମାର୍ଟଫୋନର ଦୁଇଟି ଭାରିଏଣ୍ଟ ବଜାରକୁ ଛଡ଼ା ଯାଇଛି। ୬ଜିବି ରାମ୍/୬୪ ଜିବି ରୋମ୍ ଏବଂ ୬ଜିବି ରାମ୍/୧୨୮ ଜିବି ରୋମ୍। ପ୍ରଥମ ଭାରିଏଣ୍ଟର ମୂଲ୍ୟ ୧୬,୯୯୦ ଟଙ୍କା ଥିବା ବେଳେ ଦ୍ୱିତୀୟର ମୂଲ୍ୟ ୧୮,୯୯୦ଟଙ୍କା ରହିଛି। ଗ୍ରାହକ ଏହି ସ୍ମାର୍ଟଫୋନକୁ ଫ୍ୟୁଜନ ବ୍ଲ୍ୟୁ ଏବଂ ଫ୍ୟାଣ୍ଟମ ପର୍ପଲ ରଙ୍ଗର ଦୁଇଟି କଲର ଭାରିଏଣ୍ଟରେ କିଣି ପାରିବେ।
ତେବେ ଆସନ୍ତୁ ନଜର ପକାଇବା ଏହି ସ୍ମାର୍ଟଫୋନର ସ୍ପେସିଫିକେସନ ଉପରେ। ‘ଭିଭୋ ଜେଡ୍ ୱାନ୍ ଏକ୍ସ’ ସ୍ମାର୍ଟଫୋନରେ ୬.୩୮ ଇଞ୍ଚ ବିଶିଷ୍ଟ ଏମୋଏଲ୍ଇଡି ଡିସପ୍ଲେ(୨୩୪୦x୧୦୮୦ ପିକ୍ସେଲ) ମିଳୁଛି। ଏହି ଡିସପ୍ଲେରେ ଫିଙ୍ଗରପ୍ରିଣ୍ଟ ସେନ୍ସର ମଧ୍ୟ ଉପଲବ୍ଧ ରହିଛି। ଏହା ବ୍ୟତୀତ ଏହି ସ୍ମାର୍ଟଫୋନରେ ଏଆଇ ଫେସ୍ ଅନ୍ଲକ୍ ଫିଚର ରହିଛି।
କମ୍ପାନି ପକ୍ଷରୁ ‘ଭିଭୋ ଜେଡ୍ ୱାନ୍ ଏକ୍ସ’ ସ୍ମାର୍ଟଫୋନରେ କ୍ୱାଲକମ୍ ସ୍ନାପଡ୍ରାଗନ ୭୧୨ ପ୍ରୋସେସର ଦିଆଯାଇଛି। ଯାହାର ଅପରେଟିଂ ସିଷ୍ଟମ ଫନ୍ ଟଚ୍ ଓଏସ୍ ୯(ଆଣ୍ଡ୍ରଏଡ ୯ ପାଇ ଭର୍ସନଯୁକ୍ତ)। ଟାଇପ୍ ସି ଚାର୍ଜର ସହିତ ଏଥିରେ ୪୫୦୦ ଏମ୍ଏଏଚ୍ର ବଡ଼ ବ୍ୟାଟେରୀ ମଧ୍ୟ ମିଳୁଛି।
‘ଭିଭୋ ଜେଡ୍ ୱାନ୍ ଏକ୍ସ’ ସ୍ମାର୍ଟଫୋନରେ ୪୮ ମେଗାପିକ୍ସେଲ ବିଶିଷ୍ଟ ଟ୍ରିପଲ ରିୟର କ୍ୟାମେରା ରହିଥିବା ବେଳେ ୩୨ ମେଗାପିକ୍ସେଲର ସେଲ୍ଫି କ୍ୟାମେରା ରହିଛି।