ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୟପୁର: ବୈପାରିଗୁଡ଼ା ପୋଲିସକୁ ଆଜି ଏକ ବଡ଼ ସଫଳତା ମିଳିଛି। ଗଞ୍ଜେଇ ଚାଲାଣ ସମୟରେ ପୋଲିସ ଚଢ଼ାଉ କରି ୬୧ କିଲୋଗ୍ରାମର ଗଞ୍ଜେଇ ଜବତ କରିଛି। ଘଟଣାସ୍ଥଳୁ ପୋଲିସ ଏକ ସ୍କର୍ପିଓ ଗାଡ଼ି ସହ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଏହି ଗଞ୍ଜେଇ ଏକ ସ୍କର୍ପିଓ ଗାଡ଼ିରେ ମାଲକାନଗିରିରୁ ପଶ୍ଚିମବଙ୍ଗ ଚାଲାଣ ହେଉଥିଲା। ତେବେ ଘଟଣା ସମ୍ପର୍କରେ ଖବର ପାଇ ବୈପାରିଗୁଡ଼ା ପୋଲିସ ମଉଲି ନିକଟରେ ଉକ୍ତ ଗାଡ଼ି ଉପରେ ଚଢ଼ାଉ କରିଥିଲା।

ପୋଲିସ୍‌ ସ୍କୋର୍ପିଓ ଗାଡିରୁ ୬୧ କିଲୋଗ୍ରାମର ଗଞ୍ଜେଇ, ୪ଟି ମୋବାଇଲ ଫୋନ, ଏଟିଏମ କାର୍ଡ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ  ତନ୍ମୟ ମଣ୍ଡଳ, ଅମିନୁଲ ଶେଖ, ନେପାଳ ମଣ୍ଡଳ, କାସିମ ଅଲ୍ଲି, ହାସିର ଉଦ୍ଦିନ। ଏମାନେ ପଶ୍ଚିମବଙ୍ଗର ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ଗିରଫ ପରେ ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

Comment