ଓଡ଼ିଶାଲାଇଭ୍ ବ୍ୟୁରୋ

ମାଲକାନଗିରିରେ ପୁଣି ସାମ୍ନାକୁ ଆସିଲା ପ୍ଲାଷ୍ଟିକ ଅଣ୍ଡା। ବସ୍‌ଷ୍ଟାଣ୍ଡ ନିକଟସ୍ଥ ଏକ ଦୋକାନରୁ ପ୍ଲାଷ୍ଟିକ୍‌ ଅଣ୍ଡା ମିଳିଥିବା ଅଭିଯୋଗ ହୋଇଛି।

ତେବେ ଲଗାତାର ଦୁଇଥର ଏଭଳି ଅଭିଯୋଗ ସମ୍ନାକୁ ଆସିଛି। ମାଲକାନଗିରି ହାଇଟେକ ଅଞ୍ଚଳରୁ ଦିଗାମ୍ବର ବେହେରା ନାମକ ଜାଣେ ବ୍ୟକ୍ତି ଦୋକାନରୁ ୪ଟି ଅଣ୍ଡା ଆଣିଥିଲେ। ଯେଉଁଥିରୁ ଗୋଟେ ଅଣ୍ଡା ପ୍ଲାଷ୍ଟିକ୍‌ ବାହାରିଥିଲା ବୋଲି ସେ ଅଭିଯୋଗ କରିଥିଲେ। ଏହି ଅଣ୍ଡା ସାଧାରଣ ଅଣ୍ଡାଠୁ ସାମାନ୍ୟ ଗୋଲ। ଅଣ୍ଡାର କେଶର ରବର ଭଳି ହାତରେ ଝୁଲି ରହୁଛି।

ଅଭିଯୋଗ ପରେ ସ୍ୱାସ୍ଥ୍ୟ ବିଭାଗ ତଦନ୍ତ ଆରମ୍ଭ କରିଥିଲା। ତେବେ ଅଣ୍ଡା ସମ୍ପର୍କରେ ଖାଦ୍ୟ ବିଭାଗ ପକ୍ଷରୁ କିଛି ସ୍ପଷ୍ଟୀକରଣ ମିଳି ପାରି ନାହିଁ।

ଏହା ପୂର୍ବରୁ ସମ୍ବଲପୁରରେ ପ୍ଲାଷ୍ଟିକ ଅଣ୍ଡା ପ୍ଲାଷ୍ଟିକ ଚାଉଳ ଦେଖିବାକୁ ମିଳିଥିଲା।

Comment