ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିହାର ଓ ରାଜସ୍ଥାନରେ ନୂଆ ରାଜ୍ୟ ସଭାପତି ନିଯୁକ୍ତ କରିଛି ଭାରତୀୟ ଜନତା ପାର୍ଟି। ବରିଷ୍ଠ ବିଜେପି ନେତା ସଂଜୟ ଜୈସୱାଲଙ୍କୁ ବିହାରର ରାଜ୍ୟ ସଭାପତି ଭାବରେ ନିଯୁକ୍ତ ମିଳିଥିବା ବେଳ ବିଧାୟକ ସତୀଶ ପୁନିଆ ରାଜସ୍ଥାନର ବିଜେପିର ସଭାପତି ଦାୟିତ୍ୱ ତୁଲାଇବେ। ଶନିବାର ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରି ଏହି ସୂଚନା ଦିଆଯାଇଛି।

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ସଂଜୟ ଜୈସୱାଲ ଏବଂ ସତୀଶ ପୁନିଆଙ୍କୁ ଏହି ନୂଆ ଦାୟିତ୍ୱ ପ୍ରଦାନ କରିଛନ୍ତି।

ରାଜସ୍ଥାନର ପୂର୍ବତନ ରାଜ୍ୟ ସଭାପତି ମଦନଲାଲ ସାଇନୀଙ୍କ ପରଲୋକ ପରେ ରାଜ୍ୟର ସଭାପତି ପଦ ଖାଲି ପଡ଼ିଥିଲା। ଗତ ଜୁନ୍ ମାସ ୨୫ରେ ମଦନଲାଲଙ୍କ ପରଲୋକ ହୋଇଥିଲା। ବର୍ତ୍ତମାନ ମଦନଲାଲଙ୍କ ସ୍ଥାନରେ ସତୀଶ ପୁନିଆଙ୍କୁ ନିଯୁକ୍ତ ମିଳିଛି।

ସେହିପରି ବିହାରର ପୂର୍ବତନ ରାଜ୍ୟ ସଭାପତି ନିତ୍ୟାନନ୍ଦ ରାୟ କେନ୍ଦ୍ରରେ ରାଷ୍ଟ୍ରମନ୍ତ୍ରୀ ପଦ ମିଳିବା ପରେ ରାଜ୍ୟରେ କିଏ ସଭାପତି ହେବ ତାକୁ ନେଇ ଚର୍ଚ୍ଚା ହେଉଥିଲା। ତେବେ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇ ଅମିତ ଶାହ ସଂଜୟ ଜୈସୱାଲଙ୍କୁ ବିହାର ରାଜ୍ୟ ସଭାପତି ନିଯୁକ୍ତ କରିଛନ୍ତି।।

ଏହା ବ୍ୟତୀତ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ସାଂସଦ ଅଜୟ କୁମାରଙ୍କୁ ଉତ୍ତରାଖଣ୍ଡର ପ୍ରଦେଶ ସଂଗଠନର ମହାମନ୍ତ୍ରୀ ଭାବରେ ନିଯୁକ୍ତ କରିଛନ୍ତି।

Comment