ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶର ଅର୍ଥ ବ୍ୟବସ୍ଥାକୁ ନେଇ ମୋଦି ସରକାର ବିରୋଧୀଙ୍କ ଟାର୍ଗେଟରେ ରହିଥିବା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଦେଶର ମୁଦ୍ରରସ୍ଫିତି ଠିକ୍‌ ରହିଥିବା ସୀତାରମଣ କହିଛନ୍ତି।

‘’୪୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଘର କିଣିବା ପାଇଁ ଟ୍ୟାକ୍ସରେ ଯେଉଁ ରିହାତି ସୁବିଧା ରହିଥିଲା ଏହାର ଫାଇଦା ରିୟଲ ଇଷ୍ଟେଟ୍‌ ସେକ୍ଟରକୁ ମିଳିପାରିବ। ସେହିପରି ମିଡିଲ ଇନକମ୍‌ ହାଉସିଂ ପାଇଁ ରାଜ୍ୟ ସରକାର ୧୦ ହଜାର କୋଟିର ଫଣ୍ଡ ଘୋଷଣା କରିଛନ୍ତି। ଏଥିପାଇଁ ସ୍ପେଶାଲ ୱିଣ୍ଡୋ ଗଠନ କରାଯିବ’’, କହିଛନ୍ତି ନିର୍ମଳା ସୀତାରମଣ।

ଏହାସହ ଛୋଟମୋଟ ଟିକସ ଫାଙ୍କୁଥିବା ବ୍ୟକ୍ତିଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହେବ ନାହିଁ। କିନ୍ତୁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସ ଫାଙ୍କୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହେଲେ ବରିଷ୍ଠ ଅଧିକାରୀଙ୍କ ଅନୁମତି ନେବାକୁ ପଡ଼ିବ।

ସୀତାରମଣ କହିଛନ୍ତି ଯେ ରପ୍ତାନି ପାଇଁ ନୂଆ ଯୋଜନା ଶୁଭାରମ୍ଭ ହେବାକୁ ଯାଉଛି। ୨୦୨୦ ଜାନୁଆରୀ ୧ରେ ଏମ୍‌ଇଆଇଏସ୍‌ ସ୍ଥାନରେ ଆର୍‌ଓଡିଟିଇପି ସ୍କିମ୍ ଶୁଭାରମ୍ଭ ହେବ। ଏହି ସ୍କିମ୍‌ କାର୍ଯ୍ୟକାରୀ ହେଲେ ସରକାରଙ୍କ ଉପରେ ୫୦ ହଜାର କୋଟି ଟଙ୍କାର ବୋଝ ପଡ଼ିବ।

ଏହି ରପ୍ତାନି କାରବାରକୁ ଆଗକୁ ନେବା ପାଇଁ ୪ଟି ମେଗା ଉତ୍ସବ ଆୟୋଜନ କରାଯିବ। ଏହି ଉତ୍ସବ ୪ଟି ଅଲଗା ଅଲଗା ସହରରେ ଆୟୋଜନ କରାଯିବ।

Comment