ଓଡ଼ିଶାଲାଇଭ୍ ବ୍ୟୁରୋ

ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବିରେ ଓକିଲଙ୍କ କୋର୍ଟ ବର୍ଜନ ଆନ୍ଦୋଳନ ଡିସେମ୍ବର ୪, ୨୦୧୮ରୁ ଆରମ୍ଭ ହୋଇଥିବା ବେଳେ ଆଜି ଏହା ୧୦ ମାସରେ ପହଞ୍ଚିଛି। ଦୀର୍ଘ ୧୦ ମାସ ହେବ ହାଇକୋର୍ଟ ବେଞ୍ଚ ଦାବିରେ ଆନ୍ଦୋଳନ ଜାରି ରହିଥିବା ବେଳେ ଆଜି ଜାତୀୟ ଲୋକ ଅଦାଲତକୁ ମଧ୍ୟ ବନ୍ଦ କରିଛନ୍ତି।

ଅବିଭକ୍ତ କୋରାପୁଟ ଜିଲ୍ଲାର ବାର ଆସୋସିଏସନ୍‌ ପକ୍ଷରୁ ଏହି ଜାତୀୟ ଅଦାଲତକୁ ବନ୍ଦ କରିଛନ୍ତି।

ଅଦାଲତ ବନ୍ଦ ଯୋଗୁଁ ଆପୋଷ ସମାଧାନ, ମୋଟର ଯାନ ଦୁର୍ଘଟଣା ମାମଲାର ସମାଧାନ, କ୍ଷତି ପୂରଣ ସମାଧାନ, ଜମି ଜମା ମାମଲାର ସମାଧାନ, ବ୍ୟାଙ୍କ ଋଣର ସମାଧାନ, ଚେକ ବାଉନସ ସମାଧାନ ଭଳି ବହୁ ମାମଲାର ସମାଧାନ ହେଇ ପାରୁ ନାହିଁ। ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁଁ ଦୂରଦୂରାନ୍ତରୁ ଆସିଥିବା ମହକିଲ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।

ଏହି ଆନ୍ଦୋଳନକୁ ଆସନ୍ତା ଅକ୍ଟୋବର ୨୧ ଯାଏଁ କୋର୍ଟ ବର୍ଜନ କରିବାକୁ ନିଷ୍ପତ୍ତି ହୋଇଛି।

Comment