ଓଡ଼ିଶାଲାଇଭ୍‌ ବ୍ୟୁରୋ

ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପୂର୍ବରୁ ବିଜେପି ପକ୍ଷରୁ ଆଜିଠୁ ୨୦ ତାରିଖ ପର୍ଯ୍ୟନ୍ତ ‘ସେବା ସପ୍ତାହ’ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ବିଜେପି ଏହି କାର୍ଯ୍ୟକ୍ରମ ଆୟୋଜନ କରୁଛି।

ଏହି ଅବସରରେ ଦିଲ୍ଲୀ ଏମ୍ସ ମେଡିକାଲ ଗସ୍ତ କରି କ୍ୟାମ୍ପସ ପରିସରକୁ ଝାଡ଼ୁମାରି ସଫା କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ଅମିତ ଶାହଙ୍କ ସମେତ ଏହି କାର୍ଯ୍ୟକ୍ରମରେ ବିଜେପି କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା ମଧ୍ୟ ସାମିଲ ହୋଇଥିଲେ।

ଦେଶବ୍ୟାପି ଏହି ସେବା ସପ୍ତାହ ପାଳନ କରାଯାଉଥିଲା ବେଳେ ଭୁବନେଶ୍ୱରରେ ମଧ୍ୟ କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ଏଥିପାଇଁ ରାଜ୍ୟ ବିଜେପି ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଛି।

Comment