ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବାଲିମେଳା ଜଳଭଣ୍ଡାରରେ ଡଙ୍ଗା ବୁଡ଼ିଯାଇଥିବା ଖବର ସାମ୍ନାକୁ ଆସିଛି। ଡଙ୍ଗା ବୁଡ଼ି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣଙ୍କ ପତ୍ତା ମିଳୁନି।

ଡଙ୍ଗାଟି ନାକାମମମୁଡୁରୁ ତୋଟାଗୁଡ଼ା ଯିବା ବାଟରେ ଏହି ଅଘଟଣ ଘଟିଛି। ତେବେ ଆମ୍ବିଳିବେଢ଼ା ପାରି ହେଉଥିବା ବେଳେ ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ପଡ଼ିଥିଲା। ଡଙ୍ଗାରେ ମୋଟ ୪ ଜଣ ଯାତ୍ରା କରୁଥିଲେ।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଘଟଣାସ୍ଥଳରେ ପ୍ରଶାସନ ପହଞ୍ଚିପାରିନାହିଁ।

Comment