ଓଡ଼ିଶାଲାଇଭ ବ୍ୟୁରୋ

ମହାରାଷ୍ଟ୍ର ପୋଲିସ ଏନକାଉଣ୍ଟରରେ ଟଳିଲେ ୨ ନକ୍ସଲ। ମହାରାଷ୍ଟ୍ରର ମାଓପ୍ରବଣ ଅଞ୍ଚଳ ଗଡ଼ଚିରୋଲିରେ ନକ୍ସଲ ଓ ପୋଲିସ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ୨ ନକ୍ସଲ ନିହତ ହୋଇଥିବା ବେଳେ ୫ ଜଣ ଆହତ ହୋଇଥିବା ସୂଚନା ମିଳିଛି।

ଗଡ଼ଚିରୋଲି ଗ୍ୟାରାପତି ଗାଁ ନିକଟରେ ନକ୍ସଲ ଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ସେଠାରେ ସର୍ଚଚ୍ ଅପରେସନ ଜାରି ରହିଛି।

୨୯ ଜୁଲାଇରେ ମଧ୍ୟ ଏହି ଅଞ୍ଚଳରେ ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ଜଣେ ମହିଳା ନକ୍ସଲ ନିହତ ହୋଇଥିଲେ।

Comment