ଓଡ଼ିଶାଲାଇଭ୍ ବ୍ୟୁରୋ

ମାଲକାନଗିରି ସୀମାନ୍ତ ଜିଲ୍ଲା ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ନଦୀରେ ଡଙ୍ଗା ବୁଡ଼ି ୧୩ ଜଣଙ୍କ ମୃତ୍ୟୁ ହୋଇଛି। ୨୩ ଜଣ ଉଦ୍ଧାର ହୋଇଥିବା ବେଳେ ୩୬ ଜଣ ନିଖୋଜ ଅଛନ୍ତି। ଏନ୍‌ଡିଆରଏଫର ଦୁଇଟି ଟିମ୍‌ ଉଦ୍ଧାର କାଯ୍ୟର୍ରେ ନିୟୋଜିତ ଅଛନ୍ତି।

ଆନ୍ଧ୍ର ପ୍ରଦେଶ ମାଲକାନଗିରି ସୀମା ନିକଟ ଗୋଦାବରୀ ନଦୀରେ ଏକ ପର୍ଯ୍ୟଟକ ବୋଜେଇ ଲଞ୍ଚ ଯାତ୍ରୀଙ୍କୁ ନେଇ ରାଜମହେନ୍ଦ୍ରୀରୁ ପାତିକୁଣ୍ଡୁଲମ୍‌ ଯାଉଥିବା ବେଳେ ଅଘଟଣ ଘଟିଥିଲା। ବନ୍ୟାଜଳ ପ୍ରଭାହିତ ହେଉଥିବାରୁ ଗୋଦାବରୀ ନଦୀରେ ପ୍ରଖର ସ୍ରୋତ ରହିଥିଲା। ଫଳରେ ଭାରସାମ୍ୟ ହରାଇ ଗୋଟିଏ ପଟକୁ ବୋଟ୍‌ଟି ଲେଉଟି ପଡ଼ିଥିଲା। ୧୩ ଜଣ ଯାତ୍ରୀଙ୍କ ଶବ ଉଦ୍ଧାର ହୋଇଛି।

ଆନ୍ଧ୍ର ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଭିନ୍ନ ପର୍ଯ୍ୟଟନସ୍ଥଳ ପରିଦର୍ଶନ ପାଇଁ ଗୋଦାବରୀ ନଦୀରେ ମୋଟର ବୋଟ୍ ବ୍ୟବସ୍ଥା କରାଯାଇଛି। କିନ୍ତୁ ବର୍ଷା ପାଇଁ ପର୍ଯ୍ୟଟନସ୍ଥଳୀକୁ ଯିବା ପାଇଁ ବୋଟ୍‌ ବନ୍ଦ କରାଯାଇଥିଲା। ବର୍ଷା ସାମାନ୍ୟ କମିଥିବାରୁ ରବିବାର ହିଁ ମୋଟର ବୋଟ୍‌ ଚଳାଚଳ କରିବାକୁ ଅନୁମତି ଦିଆଯାଇଥିଲା। କିନ୍ତୁ ବନ୍ୟାଜଳ ନିଷ୍କାସିତ ହେଉଥିବାରୁ ନଦୀ ଫୁଲି ରହିଥିଲା। ତଥାପି ବର୍ଷା ନଥିବାରୁ ପର୍ଯ୍ୟଟନ ବିଭାଗର ଗୋଟିଏ ମୋଟର ବୋଟ୍ ୬୦ରୁ ଅଧିକ ଯାତ୍ରୀଙ୍କୁ ନେଇ ପାଟାକୁଣ୍ଡଲୁମ ଅଭିମୁଖେ ବାହାରିଥିଲା। ବନ୍ୟାଜଳ ପ୍ରଭାହିତ ହେଉଥିବାରୁ ଗୋଦାବରୀ ନଦୀରେ ପ୍ରଖର ସ୍ରୋତ ରହିଥିଲା। ଫଳରେ ଭାରସାମ୍ୟ ହରାଇ ଗୋଟିଏ ପଟକୁ ବୋଟ୍‌ଟି ଲେଉଟି ପଡ଼ିଥିଲା।

Comment