ଓଡ଼ିଶାଲାଇଭ୍ ବ୍ୟୁରୋ

୬୬ ବର୍ଷୀୟ ସ୍ପେନ୍‌ ମହିଳାଙ୍କ ବିଶ୍ୱ ରେକର୍ଡ ଭାଙ୍ଗି ଯାଆଁଳା ଶିଶୁକୁ ଜନ୍ମ ଦେଲେ ୭୪ ବର୍ଷୀୟ ମହିଳା। ଦୀର୍ଘ ୫୦ ବର୍ଷ ପରେ ମା’ ହେବାର ସୌଭାଗ୍ୟ ପାଇଛନ୍ତି ଏହି ମହିଳା। ସେ ସେପ୍ଟେମ୍ବର ୫ରେ ଯାଆଁଳା ଶିଶୁ କନ୍ୟା ଜନ୍ମ ଦେଇଥିଲେ। ଜନ୍ମ ଦେଇଥିବା ଦମ୍ପତିଙ୍କ ମଧ୍ୟରୁ ମା’ ମଙ୍ଗାୟାମାଙ୍କ ବୟସ ୭୪ ହୋଇଥିବା ବେଳେ ପିତା ରାଜା ରାଓଙ୍କ ବୟସ ୮୦ ବର୍ଷ।

ତେବେ ପିଲା ଜନ୍ମ ବେଳେ  ଅସ୍ତ୍ରୋପଚାର କରାଯାଇଥିବାରୁ ସଂକ୍ରମଣକୁ ରୋକିବା ପାଇଁ  ମାଆକୁ ଆଇସିୟୁରେ ରଖାଯାଇଥିଲା। ବର୍ତ୍ତମାନ ମା’ ଓ ସନ୍ତାନ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ମଙ୍ଗୟାମା ୧୯୬୨ ମସିହାରେ ରାଜା ରାଓ୍ୱଙ୍କ ସହିତ ବିବାହ କରିଥିଲେ। ଏତେ ବର୍ଷ ପରେ ବି ସେ ସନ୍ତାନର ମା’ ହୋଇପାରି ନଥିଲେ। ପରେ ସେ ଆଇବିଏଫ ପ୍ରକ୍ରିୟା ମାଧ୍ୟମରେ ଜାନୁଆରି ମାସରେ ଗର୍ଭଧାରଣ କରିଥିଲେ।

Comment