ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଲକାନଗିରିରେ ଜଣେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଯୋଇଛି। ରବିବାର ଦିନ ଯନ୍ତାପାଇ ଅଙ୍ଗନଓ୍ୱାଡ଼ି କେନ୍ଦ୍ରରୁ ଜଣେ ଯୁବକ ରାଜୁ ହନ୍ତାଳଙ୍କ ମୃତଦେହ ମିଳିବା ପରେ ଏହି ଉତ୍ତେଜନା ଦେଖାଯାଇଛି। ପୋଷ୍ଟମର୍ଟମ ପରେ ମଧ୍ୟ ଯୁବକଙ୍କ ପରିବାର ଲୋକ ତାଙ୍କ ମୃତଦେହ ନେଉନାହାନ୍ତି।

ଯୁବକଙ୍କୁ ଯବାନମାନେ ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏନେଇ ପେପରମିଟଲା ଥାନାରେ ମୃତଦେହ ରଖି ଧାରଣାରେ ବସିଛନ୍ତି ଗାଁ ଲୋକେ। ରାସ୍ତାରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଗାଁ ଲୋକ। ଥାନା ଆଇଆଇସି ଗାଁ ଲୋକ ଓ ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି।

ରବିବାର ଦିନ ମୃତଦେହ ଉଦ୍ଧାର ହୋଇଥିଲା ବେଳେ ସେଥିରେ କ୍ଷତ ଚିହ୍ନ ଦେଖିବାକୁ ମିଳିଥିଲା। ଶୁକ୍ରବାର  ଯନ୍ତାପାଇ ସାପ୍ତାହିକ ହାଟକୁ ରାଜୁ ଯାଇଥିଲେ। ତା’ପରେ ସେ ଆଉ ଫେରିନଥିଲେ। ହାଟରୁ ଦୁଇ ଜଣ ବ୍ୟକ୍ତି ତାଙ୍କୁ ଡାକି ନେଇ ଯାଇଥିବା ଅଭିଯୋଗ ହୋଇଥିଲା। ସେହି ଦୁଇ ବ୍ୟକ୍ତି ବିଏସ୍‌ଏଫ୍‌ ଯବାନ ବୋଲି ଅଭିଯୋଗ କରୁଛନ୍ତି।

Comment