ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୨୨ରେ ଆମେରିକାର ହଷ୍ଟନରେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧିତ କରିବେ। ଆମେରିକାରେ ହେବାକୁ ଥିବା ‘ହାଓଡି ମୋଦୀ’ କାର୍ଯ୍ୟକ୍ରମରେ ପ୍ରାୟ ୫୦ ହଜାରରୁ ଅଧିକ ପ୍ରବାସୀ ଭାରତୀୟ ଓ ଭାରତୀୟ ବଂଶୋଦ୍ଭବ ସାମିଲ ହେବେ। ଏହି କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସାମିଲ ହେବେ। ହ୍ୱାଇଟ ହାଉସ୍ ପକ୍ଷରୁ ଆଜି ଏନେଇ ଟୁଇଟ୍ କରି ସୂଚନା ଦିଆଯାଇଛି।
ହ୍ୱାଇଟ ହାଉସ୍ ପକ୍ଷରୁ ସମ୍ମତି ପ୍ରକାଶ ପାଇବା ପରେ ମୋଦୀ ଟୁଇଟ କରି ଧନ୍ୟବାଦ ଦେଇଛନ୍ତି। ଟ୍ରମ୍ପଙ୍କ ଯୋଗଦାନ ଭାରତ ଓ ଆମେରିକୀୟ ବନ୍ଧୁତ୍ୱର ଏକ ସ୍ୱତନ୍ତ୍ର ସଙ୍କେତ ଏବଂ ଆମେରିକୀୟ ସମୁଦାୟ ଓ ଅର୍ଥନୀତିରେ ପ୍ରବାସୀ ଭାରତୀୟଙ୍କ ଅବଦାନକୁ ସ୍ୱୀକୃତି ବୋଲି ମୋଦୀ ଟୁଇଟରେ ଲେଖିଛନ୍ତି।

ମୋଦୀ ଏହି କାର୍ଯ୍ୟକ୍ରମ ପାଇଁ ସେପ୍ଟେମ୍ବର ୨୧ରୁ ଆମେରିକା ଗସ୍ତ କରିବେ। ସେପ୍ଟେମ୍ବର ୨୧ରୁ ୨୭ ତାରିଖ ପର୍ଯ୍ୟନ୍ତ ମୋଦୀ ଆମେରିକାରେ ରହିବେ। ୨୦୧୯ ନିର୍ବାଚନ ମରେ ମୋଦୀଙ୍କର ଏହାର ପ୍ରଥମ ଆମେରିକା ଗସ୍ତ। ତେବେ ମୋଦୀଙ୍କୁ ଏହି ଗସ୍ତରେ ଟ୍ରମ୍ପଙ୍କ ଉପସ୍ଥିତି ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।

















