ଓଡ଼ିଶାଲାଇଭ ବ୍ୟୁରୋ

ଜୟପୁର: କୁମ୍ଭାର ସାହିରେ କିନ୍ନରଙ୍କୁ ଆକ୍ରମଣ। ଗଣେଶ ପୂଜା ବିସର୍ଜନ ସମୟରେ କୁମ୍ଭାର ସାହିର ରୁପା କିନ୍ନରଙ୍କୁ ନାଚିବା ପାଇଁ ସ୍ଥାନୀୟ କିଛି ଯୁବକ ବାଧ୍ୟ କରିଥିଲେ। ସେ ଅରାଜି ହେବାରୁ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ସେ ଜୟପୁର ଟାଉନ ଥାନାରେ ଅଭିଯୋଗ କରିଛନ୍ତି।

କୁମ୍ଭାର ସାହିର ଦୁରବିଚିଗୁଡ଼ା ଅଞ୍ଚଳରେ କିଛି ଯୁବକ କିନ୍ନରମାନଙ୍କୁ ଦେଖିଲେ ଖରାପ ବ୍ୟବହାର କରୁଥିବା ନେଇ ବାରମ୍ବାର ଅଭିଯୋଗ ହୋଇଛି। ତେବେ ସମସ୍ତଙ୍କ ଭଳି କିନ୍ନରମାନଙ୍କୁ ମଧ୍ୟ ସମାନ ଅଧିକାର ମିଳୁ ବୋଲି କିନ୍ନରମାନେ ଦାବି କରିଛନ୍ତି।

ତେଣୁ ତାଙ୍କୁ ପୁଲିସ ତରଫରୁ ତୁରନ୍ତ ନ୍ୟାୟ ପ୍ରଦାନ କରିବା ନେଇ ଇନ୍ଦ୍ରାଣୀ କିନ୍ନର,ଚୈତନ୍ୟ ଗୋଲରୀ କିନ୍ନର, ରାଜେଶ୍ୱରୀ ନାୟକ କିନ୍ନର ଏବଂ ଶ୍ୟାମ ସୁନ୍ଦର ହରିଜନ କିନ୍ନରଙ୍କ ପକ୍ଷରୁ ଦାବି କରାଯାଇଥିବା ଜଣାଯାଇଛି।

Comment