ଓଡ଼ିଶାଲାଇଭ୍ ବ୍ୟୁରୋ

ଆସୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନୀ ଉପରେ ଆଉ ଏକ ବଲିଉଡ ଫିଲ୍ମ। ମୋଦୀଙ୍କ ୬୯ତମ ଜନ୍ମଦିନ ଅବସରରେ ଏହି ଫିଲ୍ମର ପୋଷ୍ଟର ଲଞ୍ଚ୍‌ ହୋଇଛି। ଏହି ଫିଲ୍ମର ପ୍ରଥମ ପୋଷ୍ଟରକୁ ଅଭିନେତା ଅକ୍ଷୟ କୁମାର, ସାଉଥ୍‌ ସୁପରଷ୍ଟାର ପ୍ରଭାସ ଟୁଇଟ କରି ସେୟାର କରିଛନ୍ତି।

ଏହି ଫିଲ୍ମର ନାଁ ‘ମନ୍‌ ବୈରାଗୀ’ ରହିଛି। ଏହି ଫିଲ୍ମକୁ ମହାବୀର ଜୈନ ଓ ସଞ୍ଜୟ ଲୀଲା ଭଂସାଲି ପ୍ରଡ୍ୟୁସ କରୁଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ସଞ୍ଜୟ ତ୍ରିପାଠୀ। ଏହି ବର୍ଷ ଶେଷ ଆଡ଼କୁ ଫିଲ୍ମଟି ରିଲିଜ ହେବ ବୋଲି ଜଣାପଡ଼ିଛି।

ତେବେ ଏହି ଫିଲ୍ମରେ ମୋଦୀଙ୍କ ଭୂମିକାରେ କେଉଁ ଅଭିନେତା ଆସିବେ ତାହା ଜଣାପଡ଼ି ନାହିଁ।

Comment