ଓଡ଼ିଶାଲାଇଭ୍ ବ୍ୟୁରୋ

ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅଞ୍ଚଳରେ ଦେବଦୂତ ସାଜିଲେ ଡାକ୍ତର ଓ ଆମ୍ବୁଲାନ୍ସ ଡ୍ରାଇଭର। ଜଣେ ରୋଗୀକୁ ୫ କିଲୋମିଟର ଯାଏଁ  କାନ୍ଧରେ ବୋହିଲେ ଡାକ୍ତର ଓ ଆମ୍ବୁଲାନ୍ସ ଡ୍ରାଇଭର।

ନୂଆପଡ଼ା ଗାଁର ଜଣେ ୧୨ ବର୍ଷୀୟ ନାବାଳିକା ଭୀଷଣ ଜ୍ୱରରେ ପୀଡ଼ିତ ଥିଲେ। ଏଥିପାଇଁ ତାଙ୍କ ଦେହ ଫୁଲି ଯାଇଥିଲା। ଗାଁକୁ ଯିବା ପାଇଁ ରାସ୍ତା ନଥିଲା। ସେଥିପାଇଁ ଗାଁଠାରୁ ୫ କିଲୋମିଟର ଦୂରରେ ଅଟକି ରହିଲା ଆମ୍ବୁଲାନ୍ସ।

ପରେ ସ୍ୱେଚ୍ଛାସେବୀ ସଂସ୍ଥାର ଡାକ୍ତର ଶକ୍ତି ପ୍ରସାଦ ମିଶ୍ର ଓ ଆମ୍ବୁଲାନ୍ସ ଡ୍ରାଇଭର ରୋଗୀଙ୍କ ପାଖକୁ ଯାଇଥିଲେ। ଏବଂ ରୋଗୀକୁ ଭାରରେ ଗାଁର ଦୁର୍ଗମ ରାସ୍ତା ପାର କରାଇ ୫ କିଲୋମିଟର ଯାଏଁ ବୋହି ଆଣିଥିଲେ। ପରେ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲକୁ ନେଇଥିଲେ।

Comment