ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ୬୯ ବର୍ଷ ବୟସରେ ପାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ଦେଶ ବିଦେଶରୁ ତାଙ୍କୁ ଶୁଭେଚ୍ଛାର ସୁଅ ସୁଟିଛି। ଆପଣ ଜାଣି ଆଶ୍ଚଯ୍ୟ ହେବେ ମୋଦୀ ତାଙ୍କ ପ୍ରଧାମନ୍ତ୍ରୀ କାର୍ଯ୍ୟକାଳରେ ଥରେ ହେଲେ ଅସୁସ୍ଥ ହୋଇନାହାନ୍ତି। ୬୯ ବର୍ଷ ବୟସରେ ବି ସମ୍ପୂର୍ଣ୍ଣ ଫିଟ ଏବଂ ଫାଇନ୍‌ ଅଛନ୍ତି ମୋଦୀ। ଦିନକୁ ପ୍ରାୟ ୧୮ ଘଣ୍ଟା ମୋଦୀ କାମ କରନ୍ତି। ସକାଳ ୫ଟାରେ ଶଯ୍ୟା ତ୍ୟାଗ କରିଥାନ୍ତି ମୋଦୀ। ସକାଳୁ ପ୍ରତିଦିନ ଯୋଗ କରି ଜଳଖିଆ ଖାଆନ୍ତି। ସେ ଗୁଜୁରାଟି ଖାଦ୍ୟ ବେଶୀ ପସନ୍ଦ କରନ୍ତି।

ମୋଦି ଶାକାହାରୀ। ଗୁଜରାଟୀ ରୁଟି ଓ ଡାଲି ଖେଚୁଡ଼ି ହେଉଛି ତାଙ୍କର  ପ୍ରିୟ ଖାଦ୍ୟ। ସେ ସବୁବେଳେ ହାଲକା ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି। ସେ ପୋହା, ଇଡ଼ଲି ଓ ଦୋସା ଖାଇବାକୁ ଭଲ ପାଆନ୍ତି।

ନବରାତ୍ର ସମୟରେ ସେ ପୂରା ୯ ଦିନ ବ୍ରତ ରଖନ୍ତି ଏବଂ ଦିନରେ କେବଳ ଗୋଟିଏ ଫଳ ଖାଆନ୍ତି। ମୋଦି ତାଙ୍କ ଦିନ ଭୋଜନରେ ଭାତ, ଡାଲି, ପରିବା ତରକାରୀ ଓ ଦହି ଖାଆନ୍ତି। ମୋଦି ଭାଷଣ ଦେବା ସମୟରେ ଉଚ୍ଚ ସ୍ୱରରେ କହିଥାନ୍ତି। ସେଥିପାଇଁ ସେ ତାଙ୍କ ଗଳା ପ୍ରତି ବିଶେଷ ଧ୍ୟାନ ଦିଅନ୍ତି। ଗଳାକୁ ସବୁବେଳେ ଠିକ୍ ରଖିବା ପାଇଁ ସେ ଉଷୁମ ପାଣି ପିଅନ୍ତି।

Comment