ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାହିଁକି ନିଜ ମା’ ଓ ପରିବାର ସହ ରହନ୍ତି ନାହିଁ, ଜାଣନ୍ତୁ।

‘‘ବହୁତ ଛୋଟ ବୟସରୁ ମୁଁ ଘର ଛାଡ଼ିଥିଲିା ଯେଉଁ ସମୟରେ ମୁଁ ଘର ଛାଡ଼ିଥିଲି ସେ ସମୟରେ ବହୁତ କଷ୍ଟ ହୋଇଥିଲା। ଯଦି ପ୍ରଧାନମନ୍ତ୍ରୀ ହୋଇ ଘରୁ ବାହାରିଥାନ୍ତି ତେବେ ପରିବାର ସହ ରହିବାକୁ ମନ ହୋଇଥାନ୍ତା। ହେଲେ ସେତେବେଳର ଜୀବନ ବହୁତ ଅଲଗା ଥିଲା। ଏବେ ବି ମୁଁ ମା’ଙ୍କୁ ଦେଖା କରୁଛିା ହେଲେ ମୋ ମା’ କହେ ମୋ ପାଇଁ ନିଜ ସମୟ ବରବାଦ କରେନି। ମୋ ମା’ ମୋ ପାଖକୁ ଦିଲ୍ଲୀ ଆସିଲେ ମୁଁ ତାଙ୍କୁ ସମୟ ଦେଇପାରେନିା ବାସ ଥରେ ଦୁଇ ଥର ମା’ଙ୍କ ସହ ଭୋଜନ କରିଦିଏା ନିଜ କାମରେ ବ୍ୟସ୍ତ ରହେ। ରାତି ୧୨ଟାକୁ ଫେରେ ତ ମୋ ମା’ଙ୍କୁ ଦୁଃଖ ହୁଏ। ମା’ କହନ୍ତି ଏଠି ମୁଁ କ’ଣ କରିବି। ତାଙ୍କର ମନ ଏଠି ଲାଗେନି। ସେ ପୁଣି ଗାଁକୁ ଫେରିଯାଆନ୍ତିା”, ଗତ ଏପ୍ରିଲ ମାସରେ ଅକ୍ଷୟ କୁମାରଙ୍କୁ ସାକ୍ଷାତକାର ଦେଲାବେଳେ ଏହି କଥାର ଖୁଲାସା କରିଥିଲେ ମୋଦୀ।

କେବଳ ଏତିକି ନୁହେଁ ମୋଦୀ ତାଙ୍କ ଜୀବନର ଆଉ ଏକ ପ୍ରସଙ୍ଗର ଖୁଲାସା ମଧ୍ୟ କରିଛନ୍ତିା ଦେଶର ପ୍ରଧାନମନ୍ତ୍ରୀ ହୋଇ ବି ଆଜି ମୋଦୀ ତାଙ୍କ ମା’ଙ୍କଠୁ ପଇସା ନିଅନ୍ତି। ତାଙ୍କ ମା’ ତାଙ୍କୁ ପଇସା ପଠାଇ ଥା’ନ୍ତି ବୋଲି ସେ କହିଥିଲେ।

ଅକ୍ଷୟ କୁମାରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ନିଆରା ସାକ୍ଷାତକାର ଦେଇଥିଲେ। ଏହା ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ସାକ୍ଷାତକାର ଥିଲା ଯେଉଁଥିରେ ସେ କୌଣସି ରାଜନୈତିକ ପ୍ରସଙ୍ଗରେ ଆଲୋଚନା କରିନଥିଲେ। ଏକ ଘଣ୍ଟାରୁ ଅଧିକ ସମୟ ଧର ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସହ ଆଲୋଚନା କରିଥିଲେ ମୋଦୀ। ଏହି ସମୟରେ ମୋଦି ନିଜ ବ୍ୟକ୍ତିଗତ ଜୀବନଶୈଳୀ, ପରିବାର, କାମ ପ୍ରତିଟି ବିଷୟରେ ଅକ୍ଷୟଙ୍କ ପ୍ରଶ୍ନର ଉତ୍ତର ଦେଉଥିବା ଦେଖିବାକୁ ମିଳିଛି। ସେହି ଅବସରରେ ମୋଦୀ ନିଜ ମା’ ପରିବାର କଥା କହିଥିଲେ।

Comment