ଓଡ଼ିଶାଲାଇଭ ବ୍ୟୁରୋ

ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଜଣେ ଛାତ୍ରଙ୍କୁ ହଷ୍ଟେଲରେ ମାଡ଼ ମାରିବା ସହ ରାଗିଂ କରିବାରୁ ୬ଜଣ ଛାତ୍ରଙ୍କୁ ହଷ୍ଟେଲରୁ ବିଦା କରାଯାଇଛି। ଏହାର ନିଷ୍ପତ୍ତି ପାଇଁ ଏକ ବିଭାଗୀୟ କମିଟି ବସିଥିଲା। ତେବେ ବିଭାଗୀୟ କମିଟିର ନିଷ୍ପତ୍ତି କ୍ରମେ ଛାତ୍ରମାନଙ୍କୁ ବହିଷ୍କାର କରାଯାଇଛି।

ପ୍ରଥମ ବର୍ଷର ଜଣେ ଛାତ୍ର ହଷ୍ଟେଲରେ ନିଜ ସାଙ୍ଗମାନଙ୍କ ସହ ଜନ୍ମଦିନ ପାଳନ କରୁଥିଲେ। ତେବେ କୌଣସି କାରଣରୁ ସିନିୟରଙ୍କ ସହ ତାଙ୍କର ବଚସା ହୋଇଥିଲେ। ପରେ ସିନିୟରମାନେ ତାଙ୍କୁ ମାଡ଼ ମାରିଥିଲେ।

ପରେ ଛାତ୍ର ଜଣକ କୁଳସଚିବଙ୍କ ପାଖରେ ଏନେଇ ଅଭିଯୋଗ କରିଥିଲେ। ତେବେ ଏହାକୁ ନେଇ ବିଶ୍ଵବିଦ୍ୟାଳୟ ପକ୍ଷରୁ ଏକ ଆଣ୍ଟି ରାଗିଂ କମିଟି ବସିଥିଲା।

Comment