ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର କ୍ୟାବିନେଟ୍‌ରେ ବଡ଼ ନିଷ୍ପତ୍ତି ନେଇଛନ୍ତି ମୋଦି ସରକାର। ସାରା ଦେଶରେ ଇ-ସିଗାରେଟ୍‌ ବ୍ୟାନ୍‌ କରିବାକୁ କ୍ୟାବିନେଟ୍‌ରେ ନିଷ୍ପତ୍ତି ହୋଇଛି। ଇ-ସିଗାରେଟ୍‌ ତିଆରି କରିବା ଏବଂ ବିକ୍ରି କରିବା ଉପରେ କେନ୍ଦ୍ର ସରକାର ରୋକ୍ ଲଗାଇଛନ୍ତି।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ‘‘ଇ-ସିଗାରେଟ୍‌ର ଉତ୍ପାଦନ, ରପ୍ତାନି, ଆମଦାନି, ବିକ୍ରି ଏବଂ ବିଜ୍ଞାପନ ଉପରେ ସରକାର ରୋକ୍‌ ଲଗାଇଛନ୍ତି।’’

ପରେ ଯଦି କେହି ଇ-ସିଗାରେଟ୍‌ ବ୍ୟବସାୟ କରନ୍ତି ତାହାଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନୂଆ ନିୟମରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି।

ଯଦି କେହି ନୂଆ ନିୟମ ଲାଗୁ ହେବା ପରେ ପ୍ରଥମ ଥର ପାଇଁ ଇ-ସିଗାରେଟ୍‌ ବିକ୍ରି କରୁଛନ୍ତି କିମ୍ବା ରପ୍ତାନି, ଆମଦାନି କରୁଛନ୍ତି ତାଙ୍କୁ ୧ ବର୍ଷର ଜେଲ ଦଣ୍ଡାଦେଶ ହୋଇପାରେ। ନଚେତ୍‌ ୧ ଲକ୍ଷ ଟଙ୍କା ଜରିମାନା ଆଦାୟ ହୋଇପାରେ।

ଏହି ଦଣ୍ଡାଦେଶ ପରେ ଯଦି କେହି ବାରମ୍ବାର ଏଭଳି ଭୁଲ୍ କରନ୍ତି ତାହାଲେ ତାଙ୍କୁ ୩ ଲକ୍ଷ ଟଙ୍କା ଜରିମାନା ଏବଂ ୫ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡର ବ୍ୟବସ୍ଥା ରହିଛି।

Comment