ଓଡ଼ିଶାଲାଇଭ ବ୍ୟୁରୋ

ଜଣେ ଯୁବକଙ୍କୁ ୫ ଜଣ ଯୁବକ ରଡ୍‌ରେ ପିଟିପିଟି ହତ୍ୟା କରିଛନ୍ତି। ଘଟଣାଟି ଭଦ୍ରକ ଜିଲ୍ଲା ରାଉତରା ପାଟଣା ଗାଁରେ ଘଟିଛି। ହତ୍ୟାକାଣ୍ଡ ଘଟାଇବା ପରେ ଯୁବକମାନେ ସେଠାରୁ ଫେରାର ହୋଇଯାଇଛନ୍ତି।

ପୂର୍ବଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଛି। ଗୁରୁବାର ରାତିରେ ଯୁକଙ୍କୁ ଏକୁଟିଆ ପାଇ ୫ଜଣ ଯୁବକ ତାଙ୍କ ସହ ବଚସା କରିଥିଲେ। ପରେ ଉତ୍ୟକ୍ତ ହୋଇ ଲୁହା ରଡ୍‌ରେ ପିଟିପିଟି ହତ୍ୟା କରିଥିଲେ।

ଯୁବକଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଏହି ଘଟମାରେ ପୋଲିସ ତଦନ୍ତ ଆରମ୍ଭ କରିଛି।

Comment