ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟିଭି ଅଭିନେତା ମୋହସିନ ଖାନ ସିରିଏଲ ‘ୟେ ରିସ୍ତା କ୍ୟା କେହଲତା ହୈ’ରେ ନଜର ଆସନ୍ତି। ହେଲେ ମୋହସିନ ଏବେ ଅସୁସ୍ଥ ଅଛନ୍ତି। ତାଙ୍କୁ ଡେଙ୍ଗୁ ହୋଇଥିବା ସେ ଟୁଇଟ କରି ଦର୍ଶକଙ୍କୁ ସୂଚନା ଦେଇଛନ୍ତି।

ଟୁଇଟରେ ମୋହସନ ତାଙ୍କ ଫ୍ୟାନ୍ସଙ୍କୁ ଡେଙ୍ଗୁ ହୋଇଥିବା ଜଣାଇଛନ୍ତି। ଏଥିସହିତ ଫ୍ୟାନ୍ସମାନଙ୍କୁ ସାବଧାନ ରହିବା ପାଇଁ ପରାମର୍ଶ ଦେଇଛନ୍ତି।

ମୋହସିନଙ୍କୁ ‘ୟେ ରିସ୍ତା କ୍ୟା କେହଲତା ହୈ’ରେ କାର୍ତ୍ତିକ ଭୂମିକାରେ ଦେଖିବାକୁ ମିଳିଛି। ଦୀର୍ଘଦିନରୁ ଷ୍ଟାରପ୍ଲସରେ ପ୍ରସାରିତ ହେଉଥିବା ଏହି ସିରିଏଲ ବେଶ୍‌ ଲୋକପ୍ରିୟତା ହାସଲ କରିଛି। ଏଥିରେ ଅଭିନେତ୍ରୀ ଶିବାଙ୍ଗୀ ଯୋଶୀ ମୋହସିନଙ୍କ ବିପକ୍ଷରେ ନାୟରା ଭୂମିକାରେ ଅଛନ୍ତି। ସିରିଏଲରେ ଉଭୟଙ୍କ ଜବରଦସ୍ତ କେମେଷ୍ଟ୍ରି ଦର୍ଶକଙ୍କୁ ଦିଓ୍ୱାନା କରିଛି।

Comment