ଓଡ଼ିଶାଲାଇଭ୍ ବ୍ୟୁରୋ
ଗୋଆରେ ବସିଥିବା ଜିଏସ୍ଟି କାଉନସିଲ୍ ବୈଠକ ଶେଷ ହୋଇଛି। ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କିଛି ସାମଗ୍ରୀ ଉପରୁ ଜିଏସ୍ଟି ଛାଡ଼ ହୋଇଥିବା ବେଳେ ଆଉ କିଛି ସାମଗ୍ରୀ ଉପରେ ଜିଏସ୍ଟି ଲାଗିଛି। ଜାଣନ୍ତୁ ଜିଏସ୍ଟି କାଉନସିଲ୍ ବୈଠକରେ କ’ଣ ହୋଇଛି ନିଷ୍ପତ୍ତି?
- ୧ ହଜାର ଟଙ୍କା ପର୍ଯ୍ୟନ୍ତ ହୋଟେଲ ରୁମ୍ ପାଇଁ ଜିଏସ୍ଟି ଛାଡ଼ ହୋଇଛି
- ୧୦୦୦୧ରୁ ୭ ହଜାର ୫୦୦ ଟଙ୍କା ପର୍ଯ୍ୟନ୍ତ ହୋଟେଲ ରୁମ୍ରେ ୧୨ ପ୍ରତିଶତ ଜିଏସ୍ଟି ଲାଗିଛି
- ୭ ହଜାର ୫୦୦ ଟଙ୍କାରୁ ଅଧିକ ହୋଟେଲ ରୁମ୍ ଉପରେ ୧୮ ପ୍ରତିଶତ ଜିଏସ୍ଟି। ପୂର୍ବରୁ ୨୮ ପ୍ରତିଶତ ଥିଲା।
- ଆମଦାନି ହେଉଥିବା ପ୍ରତିରକ୍ଷା ସାମଗ୍ରୀ ଉପରେ ଜିଏସ୍ଟି ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି।
- ରେଲୱେ କୋଚ୍ ଏବଂ ବଗି ଉପରେ ଟିକସ ବୃଦ୍ଧି କରାଯାଇଛି। ୫ ପ୍ରତିଶତରୁ ୧୨ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି।
- ପଲିଥିନ ବ୍ୟାଗ୍ ଉପରେ ୧୨ ପ୍ରତିଶତ ଏକକ ଜିଏସ୍ଟି ଲାଗିଛି
- ମୂଲ୍ୟବାନ ପଥର ଉପରେ ଜିଏସ୍ଟି ଛାଡ଼ କରିବାକୁ ନିଷ୍ପତ୍ତି
- ଜାହାଜରେ ବ୍ୟବହୃତ ତୈଳ ଉପରୁ ଜିଏସ୍ଟି ହ୍ରାସ କରାଯାଇଛି। ୧୮ ପ୍ରତିଶତରୁ ୫ ପ୍ରତିଶତ କରାଯାଇଛି।
- ଆଉଟଡୋର କ୍ୟାଟରିଂ ଉପରେ ଥିବା ୧୮ ପ୍ରତିଶତ ଜିଏସ୍ଟି ହ୍ରାସ କରାଯାଇ ୫ ପ୍ରତିଶତ କରାଯାଇଛି।
- କୋଲଡ୍ରିଙ୍କସ୍ ଉପରେ ୧୦ ପ୍ରତିଶତ ଟିକସ ବୃଦ୍ଧି କରାଯାଇଛି। ଆଗରୁ ୧୮ ପ୍ରତିଶତ ଥିଲା, ଏବେ ୨୮ ପ୍ରତିଶତ ହେଲା।
- ପେଟ୍ରୋଲ ଗାଡ଼ି ଉପରେ ୧ ପ୍ରତିଶତ ଏବଂ ଡିଜେଲ ଗାଡ଼ି ଉପରେ ୩ ପ୍ରତିଶତ ସେସ୍ ଲଗାଇବାକୁ ନିଷ୍ପତ୍ତି।


















