ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଲକାନଗିରି ପେପରମିଟଲା ଯନ୍ତାପାଇରେ ଉତ୍ତେଜନା ଦେଖାଯାଇଛି। ଫଳରେ ଯନ୍ତାପାଇ ହାଟକୁ ବନ୍ଦ କରିବା ସହିତ ୧୪୪ ଧାରା ଜାରି କରିଛି ପୋଲିସ।

ଯନ୍ତାପାଇରେ ଶହ ଶହ ଆଦିବାସୀ ଅସ୍ତ୍ରଶସ୍ତ୍ର ଧରି ଏକତ୍ର ହୋଇଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯନ୍ତାପାଇରେ ପୋଲିସ ଛାଉଣୀ ହୋଇଛି। ଆଦିବାସୀମାନେ ଯନ୍ତାପାଇ ଗାଁରେ ଶୋଭଯାତ୍ରା କରି ଏକ ବିରାଟ ରାଲି କରିଛନ୍ତି। ତେଣୁ ଅଘଟଣ ଆଶଙ୍କାରେ ଆଗୁଆ ପଦକ୍ଷେପ ଗ୍ରହଣ କରିଛି  ପ୍ରଶାସନ।

ଗତ ଶୁକ୍ରବାର ରାଜୁ ହନ୍ତାଳ ନାମକ ଜଣେ ଯୁବକଙ୍କ ମୃତଦେହ ଯନ୍ତାପାଇ ଅଙ୍ଗନଓ୍ୱାଡ଼ି କେନ୍ଦ୍ରରୁ ମିଳିଥିଲା। ରାଜୁଙ୍କୁ ଯବାନମାନେ ହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ସେହି ଦିନରୁ ଯନ୍ତାପାଇରେ ଉତ୍ତେଜନା ଲାଗି ରହିଛି।

Comment