ଓଡ଼ିଶାଲାଇଭ୍‌ ବ୍ୟୁରୋ

ଢେଙ୍କାନାଳ ଜିଲ୍ଲାପାଳ କାର୍ଯ୍ୟାଳୟରେ ଉତ୍ତେଜନା। ଢେଙ୍କାନାଳ ଜିଲ୍ଲା ଓକିଲା ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉବେଳେ ଲଙ୍କାକାଣ୍ଡ ଘଟିଛି। ଉତ୍ୟକ୍ତ ଲୋକେ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିବା ମଧ୍ୟ ସୂଚନା ମିଳିଛି।

ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କିଛି ମାମଲାର ଶୁଣାଣି ହେବାର ଥିଲା। ତେବେ ଜିଲ୍ଲାପାଳ ନିର୍ଦ୍ଧାରିତ ସମୟଠାରୁ ବିଳମ୍ବରେ ପହଞ୍ଚିଥିଲେ। ତେବେ କାରଣ ପଚାରିବାରୁ ଜିଲ୍ଲାପାଳ ଓକିଲଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇିଛି।

ଜିଲ୍ଲାପାଳଙ୍କ ଦୁର୍ବ୍ୟବହାରକୁ ନେଇ ଓକିଲ ସଂଘ ତାତିଥିଲେ। ଏହାପରେ ଆରମ୍ଭ ହୋଇଥିଲା ଲଙ୍କାକାଣ୍ଡ। ସଂଘବଦ୍ଧ ଭାବେ ଓକିଲମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ସେହିପରି କିଛି ଉତ୍ୟକ୍ତ ହୋଇ ଫୁଲକୁଣ୍ଡ ଭାଙ୍ଗିଦେଇଥିବା ସୂଚନା ମିଳିଛି।

Comment