ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସହ ଦେଶବିଦେଶର ଖବର ପଢ଼ିବାକୁ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍ ଆଜିର ମୁଖ୍ୟ ଖବର।

ଲଘୁଚାପ ପ୍ରଭାବରେ ୨୫ରୁ ୨୭ ଯାଏଁ ବର୍ଷା
ଆସନ୍ତା ୨୫ ତାରିଖ ବେଳକୁ ପୂର୍ବ ବଙ୍ଗୋପସାଗର ଓ ଏହାର ପାଖାପାଖି ଅଞ୍ଚଳରେ ଲଘୁଚାପ ବଳୟ ସୃଷ୍ଟି ହେବ। ଏହି ଲଘୁଚାପ ପ୍ରଭାବରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଆସାମ, ମେଘାଳୟ, ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ବର୍ଷା ବଢ଼ିବାର ସମ୍ଭାବନା ରହିଛି।

ଭୁବନେଶ୍ୱରରେ ପହଞ୍ଚିଲେ କେ ଶିବନ – କହିଲେ ‘ଚନ୍ଦ୍ରଯାନ ୨ରେ ୯୮ ପ୍ରତିଶତ ମିଳିଛି’
ଭୁବନେଶ୍ୱର ଆଇଆଇଟି ସମାବର୍ତ୍ତନ ଉତ୍ସବରେ ଯୋଗଦେବା ପାଇଁ ଓଡ଼ିଶା ଆସିଛନ୍ତି ଇ୍ରସ୍ରୋ ଅଧ୍ୟକ୍ଷ କେ ଶିବନ। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ କେ ଶିବନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି,‘‘ ଚନ୍ଦ୍ରଯାନ ରେ ୯୮ ପ୍ରତିଶତ ସଫଳତା ମିଳିଛି।
ଦୀର୍ଘବର୍ଷ ପରେ ଗିରଫ ହେଲା ଦାରା ସିଂହ ସହଯୋଗୀ
୧୯୯୯ ମସିହାରେ ଅଷ୍ଟ୍ରେଲିୟା ମିଶନାରୀ ଗ୍ରାହମ ଷ୍ଟେନ୍ସ ଓ ତାଙ୍କର ଦୁଇ ନାବାଳକ ପୁତ୍ରଙ୍କୁ ପୋଡ଼ି ଦେଇଥିବା ଘଟଣାରେ ଫେରାର ଥିବା ଦାରା ସିଂହର ଜଣେ ସହଯୋଗୀକୁ ସିବିଆଇ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ବୁଦ୍ଧଦେବ ନାୟକ।

ବିକାଶ ଓ ନିବେଶକୁ ପ୍ରୋତ୍ସାହନ ଦେବା ଲାଗି ଆୟକର ଆଇନରେ ନୂଆ ବ୍ୟବସ୍ଥା
ଭାରତ ସରକାର ଆୟକର ଆଇନ ୧୯୬୧ ଏବଂ ଅର୍ଥ (ସଂଖ୍ୟା ୨) ଆଇନ ୨୦୧୯ରେ କେତେକ ସଂଶୋଧନ ଆଣିବା ଉଦ୍ଦେଶ୍ୟରେ କର ନିର୍ଦ୍ଧାରଣ ଆଇନ (ସଂଶୋଧନ) ଅଧ୍ୟାଦେଶ ୨୦୧୯ ଆଗତ କରିଛନ୍ତି। କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ଗୋଆରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ଚୌଧୁରୀ ବଜାରର ନିଆରା ଦୁର୍ଗାପୂଜା ପରମ୍ପରା, ଏଠି ଭୋଗ ହୁଏ ପରିବା ଚୋପା-ଜହ୍ନିପୋଡ଼ା’
କଟକ ଦୁର୍ଗାପୂଜାର ସବୁଠୁ ଆକର୍ଷଣ ହେଉଛି ଚାନ୍ଦିମେଢ଼। ଆଉ ଏଠାରେ ଚାନ୍ଦିମେଢ଼ର ପରମ୍ପରା ଆରମ୍ଭ କରିଥିବା ପୂଜା କମିଟି ହେଉଛି ଚୌଧୁରୀ ବଜାର ଦୁର୍ଗା ପଞ୍ଚାୟତ କମିଟି। କେବଳ ଚାନ୍ଦି ନୁହେଁ ବରଂ ସୁନା କାରୁକାର୍ଯ୍ୟରେ ମଧ୍ୟ ଏହି କମିଟି ପ୍ରଥମ। ସୁନା ଓ ରୂପା ମେଢ଼ର ସୌନ୍ଦର୍ଯ୍ୟ ସାଙ୍ଗକୁ ଏଠାରେ ଆଉ ଏମିତି କିଛି ସ୍ୱତନ୍ତ୍ରତା ଦେଖିବାକୁ ମିଳେ ଯାହା ବେଶ୍ ନିଆରା।

କେମିତି ଓଲିଉଡରେ ଏଣ୍ଟ୍ରି ମାରିଥିଲେ ଅନୁଭବ?
‘ଆଇ ଲଭ୍ ୟୁ’ରେ ଜଣେ ନବାଗତ ନାୟକ (ଅନୁଭବ)ଙ୍କୁ ନିଆଯାଇଥିବାରୁ ଅନେକ ଲୋକ ଫିଲ୍ମଟି ରିଲିଜ୍ ହେବା ଆଗରୁ ଏହାର ବ୍ୟବସାୟିକ ସଫଳତାକୁ ନେଇ ସଂଶୟ ପ୍ରକଟ କରିଥିଲେ। କିନ୍ତୁ ସେମାନଙ୍କ ଗଣିତକୁ ଭୁଲ୍ ପ୍ରମାଣିତ କରିଥିଲେ ନାୟକ ଅନୁଭବ ମହାନ୍ତି। ଏହି ସିନେମାର ଅଭୁତପୂର୍ବ ସଫଳତା ସେ ସମୟରେ ଅନେକଙ୍କୁ ବିସ୍ମିତ କରିଥିଲା।












