ଓଡ଼ିଶାଲାଇଭ୍ ବ୍ୟୁରୋ

ODISHALIVE_NEWS UPDATE_2PM

ଓଡ଼ିଶା ସହ ଦେଶ ବିଦେଶର ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍ ଆଜିର ମୁଖ୍ୟ ଖବର।

ଏୟାରଫୋର୍ସକୁ ୮୭ ବର୍ଷ

ଆଜି ପାଳନ ହେଉଛି ବାୟୁସେନା ଦିବସ। ଯୁଦ୍ଧ କୌଶଳ ସହିତ ପରାକ୍ରମ ଦେଖାଇବ ଭାରତୀୟ ସେନା। ଏହି ଅବସରରେ ଗାଜିଆବାଦସ୍ଥିତ ହିଣ୍ଡନ ଏୟାରବେସ୍‌ରେ ଏୟାର ସୋ’ ପ୍ରଦର୍ଶିତ ହେବ।

ଅକ୍ଟୋବର ୧୦ରୁ ପୁଣି ଜମ୍ମୁ କଶ୍ମୀର ଯାଇପାରିବେ ପର୍ଯ୍ୟଟକ, ହଟିବ କଟକଣା

ଆସନ୍ତା ୧୦ ତାରିଖରୁ ପର୍ଯ୍ୟଟକ ପୁଣି ଜମ୍ମୁ କଶ୍ମୀର ବୁଲିବାକୁ ଯାଇପାରିବେ। ଦୀର୍ଘ ଦୁଇ ମାସ ହେଲା ଜମ୍ମୁ ଓ କଶ୍ମୀରରେ ପର୍ଯ୍ୟଟକଙ୍କ ଉପରେ ଲାଗିଥିବା କଟକଣା ପ୍ରତ୍ୟାହାର କରି ନେବାକୁ ରାଜ୍ୟପାଳ ସତ୍ୟାପଲ ମଲ୍ଲିକ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ଭାରତ ଆସିବ ଦୁନିଆର ସବୁଠାରୁ ଶକ୍ତିଶାଳୀ ଲଢ଼ୁଆ ବିମାନ ରାଫେଲ

ଭାରତୀୟ ବାୟୁସେନାର ପ୍ରତିଷ୍ଠା ଦିବସ ଅବସରରେ ଦୁନିଆର ସବୁଠାରୁ ଶକ୍ତିଶାଳୀ ଲଢ଼ୁଆ ବିମାନ ରାଫେଲ ବାୟୁସେନାରେ ସାମିଲ ହେବ। ଆଜି ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିଧିବଦ୍ଧ ଭାବେ ଫ୍ରାନ୍ସଠାରୁ ରାଫେଲ ଯୁଦ୍ଧ ବିମାନ ଆଣିବେ। ଏଥିପାଇଁ ସେ ଫ୍ରାନ୍ସରେ ପହଞ୍ଚି ଯାଇଛନ୍ତି।

ଭୁବନେଶ୍ୱରର ୪ଟି ସ୍ଥାନରେ ରାବଣ ପୋଡ଼ି ଉତ୍ସବ

ଆଜି ପବିତ୍ର ବିଜୟଦଶମୀ। ଏହିଦିନ ଭଗବାନ ରାମଚନ୍ଦ୍ର ରାବଣକୁ ବଧ କରିଥିଲେ। ତେଣୁ ଏହିଦିନ ଅଧିକାଂଶ ସ୍ଥାନରେ ରାବଣ ପୋଡ଼ି ମଧ୍ୟ ଆୟୋଜନ କରାଯାଇଥାଏ। ଆଜି ଭୁବନେଶ୍ୱରର ୪ଟି ସ୍ଥାନରେ ମଧ୍ୟ ରାବଣ ପୋଡ଼ି ଆୟୋଜିତ ହୋଇଛି।

abhinandan

ବାୟୁସେନା ପ୍ରତିଷ୍ଠା ଦିବସରେ ମିଗ୍ ୨୧ ବିମାନ ଉଡ଼ାଇଲେ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ

ମଙ୍ଗଳବାର ବାୟୁସେନାର ପ୍ରତିଷ୍ଠା ଦିବସରେ ବିଶ୍ୱ ଦେଖିଲା ଭାରତୀୟ ବାୟୁସେନାର ଦମ୍। ଏହି ଅବସରରେ ବାଲକୋଟ୍ ଏୟାରଷ୍ଟ୍ରାଇକର ମୁଖ୍ୟ ନାୟକ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବାୟୁସେନାର ମିଗ୍-୨୧ ବିସନ ଏୟାରକ୍ରାଫ୍ଟ ଉଡ଼ାଇଛନ୍ତି।

ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କ ବିଜୟା ଦଶମୀ

ଆଜି ପବିତ୍ର ଦଶହରା ବା ବିଜୟା ଦଶମୀ। ଅଧର୍ମ ଉପରେ ଧର୍ମର ବିଜୟ। ଅସତ୍ୟ ଉପରେ ସତ୍ୟର ଜୟ ହୋଇଥିଲା। ଆଜିର ଦିନରେ ରାମ ରାବଣର ବଦ୍ଧ କରି ବିଜୟ ଲାଭ କରିଥିଲେ। ଏଥିପାଇଁ ଆଜିର ଦିନକୁ ବିଜୟା ଦଶମୀ ରୂପେ ପାଳନ କରାଯାଏ।

କେମିତି ମା’ ଭଗବତୀଙ୍କ ନାଁ ଦୁର୍ଗା ହେଲା?

ଜଗତଜନନୀ ମା’ ଦୁର୍ଗାଙ୍କ ଆଗମନରେ ସମସ୍ତ ଜୀବଜଗତ ଚଳଚଞ୍ଚଳ ହୋଇପଡ଼ିଥାନ୍ତି। ପବିତ୍ର ଦୁର୍ଗା ପୂଜା ଅବସରରେ ମା’ଙ୍କ ଆବାହନ ପାଇଁ ଏବେ ଚାରିଆଡ଼େ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି।

ବିଜୟାଦଶମୀ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଆଜି ପବିତ୍ର ବିଜୟାଦଶମୀ। ଏହି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଟୁଇଟ୍‌ କରି ଦୁର୍ଗାପୂଜାର ଅଭିନନ୍ଦନ ଜଣାଇଛନ୍ତି।

ଦିନିକିଆ କ୍ରିକେଟରେ ଡବଲ୍‌ ସେଞ୍ଚୁରୀ – ସଚିନଙ୍କଠାରୁ ରୋହିତ ଶର୍ମାଙ୍କ ଯାଏଁ

କ୍ରିକେଟରେ ଡବଲ ସେଞ୍ଚୁରି ତାଲିକା ବେଶୀ ଲମ୍ବା ନୁହେଁ। ହେଲେ ଏହି କ୍ଲବରେ ସାମିଲ ହୋଇଛନ୍ତି ୫ ଜଣ କ୍ରିକେଟ ତାରକା। ସେମାନଙ୍କ ମଧ୍ୟରୁ ୩ ଜଣ ହେଉଛନ୍ତି ଟିମ୍‌ ଇଣ୍ଡିଆର ଷ୍ଟାର କ୍ରିକେଟର୍।

ଏୟାରଫୋର୍ସକୁ ୮୭ ବର୍ଷ

ଆଜି ପାଳନ ହେଉଛି ବାୟୁସେନା ଦିବସ। ଯୁଦ୍ଧ କୌଶଳ ସହିତ ପରାକ୍ରମ ଦେଖାଇବ ଭାରତୀୟ ସେନା। ଏହି ଅବସରରେ ଗାଜିଆବାଦସ୍ଥିତ ହିଣ୍ଡନ ଏୟାରବେସ୍‌ରେ ଏୟାର ସୋ’ ପ୍ରଦର୍ଶିତ ହେବ।

ବିଜେପୁର – ଅସନ୍ତୁଷ୍ଟଙ୍କ ବିଦ୍ରୋହରେ ତିନି ଦଳ ଘାଇଲା

ବିଜେପୁର ବିଧାନସଭା ଉପନିର୍ବାଚନ ପାଇଁ ପ୍ରଚାର ଆସ୍ତେ ଆସ୍ତେ ଜୋର ଧରୁଥିବା ବେଳେ ତିନିଟି ଯାକ ବୃହତ ଦଳରେ ଅସନ୍ତୁଷ୍ଟ ପ୍ରାର୍ଥୀଙ୍କ ବିଦ୍ରୋହ ସମସ୍ୟା ସୃଷ୍ଟି କରିଛି। ନା ବିଜେଡି ନା ବିଜେପି ନା କଂଗ୍ରେସ କେହି ଏହି  ଅସନ୍ତୁଷ୍ଟ ସମସ୍ୟାରୁ ନିଜକୁ ମୁକୁଳାଇ ପାରୁଛନ୍ତି।

Comment