ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତା ୧୦ ତାରିଖରୁ ପର୍ଯ୍ୟଟକ ପୁଣି ଜମ୍ମୁ କଶ୍ମୀର ବୁଲିବାକୁ ଯାଇପାରିବେ। ଦୀର୍ଘ ଦୁଇ ମାସ ହେଲା ଜମ୍ମୁ ଓ କଶ୍ମୀରରେ ପର୍ଯ୍ୟଟକଙ୍କ ଉପରେ ଲାଗିଥିବା କଟକଣା ପ୍ରତ୍ୟାହାର କରି ନେବାକୁ ରାଜ୍ୟପାଳ ସତ୍ୟାପଲ ମଲ୍ଲିକ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମାକୁ ୧୦ ଅକ୍ଟୋବରରୁ ପ୍ରତ୍ୟାହୃତ କରାଯିବ। ଫଳରେ ଏବେ ପର୍ଯ୍ୟଟକମାନେ ଜମ୍ମୁ କଶ୍ମୀର ବୁଲିବାକୁ ଯାଇ ପାରିବେ।

ଜମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବାର ଠିକ୍‌ ୨ ଦିନ ପୂର୍ବରୁ ସମସ୍ତ ପର୍ଯ୍ୟଟକଙ୍କ ଉପରେ ପ୍ରତିବନ୍ଧକ ଲଗା ଯାଇଥିଲା। ତୁରନ୍ତ ଘାଟି ଛାଡ଼ିବାକୁ କଡ଼ା ନିର୍ଦ୍ଦେଶନାମା ଜାରୀ କରାଯାଇଥିଲା। ଆତଙ୍କବାଦୀ ଆକ୍ରମଣ ହେବାର ସମ୍ଭାବନା ଥିବାରୁ ଏହି ଆଡଭାଇଜରୀ ଜାରି ହୋଇଥିଲା।

Comment