ଓଡ଼ିଶାଲାଇଭ୍ ବ୍ୟୁରୋ

 

ଆଜି ପବିତ୍ର ବିଜୟାଦଶମୀ। ଏହି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଟୁଇଟ୍‌ କରି ଦୁର୍ଗାପୂଜାର ଅଭିନନ୍ଦନ ଜଣାଇଛନ୍ତି।

ସେ ଲେଖିଛନ୍ତି, ‘‘ପବିତ୍ର ବିଜୟା ଦଶମୀରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ପାପ ବିନାଶିନୀ, ଦୟାମୟୀ ମା’ ଦୂର୍ଗା ସର୍ବ ଦୁଃଖ ହରଣ କରି ସମସ୍ତଙ୍କ ଜୀବନକୁ ସୁଖ, ଶାନ୍ତିରେ ଭରି ଦିଅନ୍ତୁ।’’

ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ବିଜୟଦଶମୀ ଅବସରରେ ଚାରିଆଡ଼େ ଉତ୍ସବମୁଖର। ଚାରିଆଡ଼େ ସୁନା ଚାନ୍ଦିର ମୃଣ୍ମୟୀ ମୂର୍ତ୍ତିକୁ ଆକର୍ଷଣୀୟ ତୋରଣ ଓ ଆଖି ଝଲସା ଆଲୋକମାଳା। ମା’ ଦୁର୍ଗାଙ୍କୁ ଦର୍ଶନ କରିବା ପାଇଁ ପ୍ରତ୍ୟେକ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି।

Comment