ଓଡ଼ିଶାଲାଇଭ୍‌ ବ୍ୟୁରୋrafale

ଭାରତୀୟ ବାୟୁସେନାର ପ୍ରତିଷ୍ଠା ଦିବସ ଅବସରରେ ଦୁନିଆର ସବୁଠାରୁ ଶକ୍ତିଶାଳୀ ଲଢ଼ୁଆ ବିମାନ ରାଫେଲ ବାୟୁସେନାରେ ସାମିଲ ହେବ। ଆଜି ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିଧିବଦ୍ଧ ଭାବେ ଫ୍ରାନ୍ସଠାରୁ ରାଫେଲ ଯୁଦ୍ଧ ବିମାନ ଆଣିବେ। ଏଥିପାଇଁ ସେ ଫ୍ରାନ୍ସରେ ପହଞ୍ଚି ଯାଇଛନ୍ତି।

ଭାରତୀୟ ବାୟୁସେନାରେ ରାଫେଲ ସାମିଲ ହେବା ପରେ ପ୍ରଥମେ ଏହି ବିମାନ ଚୀନ ସୀମାରେ ପ୍ରଥମେ ନିୟୋଜିତ ହେବ। ଅରୁଣାଚଳ ପ୍ରଦେଶକୁ ନେଇ ଚୀନର ଆକ୍ରମକ ମନୋଭାବ ଯୋଗୁଁ ପାକିସ୍ତାନ ପୂର୍ବରୁ ଭାରତ ଚୀନ ସୀମା ସୁରକ୍ଷାକୁ ବେଶୀ ଗୁରୁତ୍ୱ ଦେଇଛି। ସେଥିପାଇଁ ପ୍ରଥମେ ଚୀନ ସୀମାରେ ଲଢ଼ୁଆ ବିମାନ ରାଫେଲକୁ ନିୟୋଜିତ କରାଯିବ।

ଲଢ଼ୁଆ ବିମାନ ରାଫେଲର ବିଶେଷତ୍ୱ :

ଏହା ଉଭୟ ଆକାଶମାର୍ଗ ଓ ସ୍ଥଳଭାଗରେ ଆକ୍ରମକ ଭାବରେ ଯୁଦ୍ଧ କରିବା ପାଇଁ ସକ୍ଷମ।

ପରମାଣୁ ବୋମା ନିକ୍ଷେପ ପାଇଁ ମଧ୍ୟ ଏହାକୁ ପ୍ରସ୍ତୁତ କରଯାଇଛି।

୧ ମିନିଟ୍ ରେ ୨୫୦୦ ରାଉଣ୍ଡ ଗୁଳିଚାଳନାର କ୍ଷମତା ରହିଛି।

ଏଥିରେ ଅତିକମ୍ ସମୟରେ ଶତ୍ରୁ ସୀମାକୁ ଯାଇ ଯୁଦ୍ଧ କରି ପୁଣି ଫେରିବାର ସାମର୍ଥ୍ୟ ରହିଛି।

ଏହା କମ୍ କିମ୍ବା ବେଶୀ ଉଚ୍ଚତାରେ ମଧ୍ୟ ଯୁଦ୍ଧ କରିପାରେ।

Comment