ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ପାଳନ ହେଉଛି ବାୟୁସେନା ଦିବସ। ଏହି ଅବସରରେ ଗାଜିଆବାଦସ୍ଥିତ ହିଣ୍ଡନ ଏୟାରବେସ୍‌ରେ ଏୟାର ସୋ’ ପ୍ରଦର୍ଶିତ କରିଛି ଭାରତୀୟ ବାୟୁସେନା। ଯୁଦ୍ଧ କୌଶଳ ଦେଖାଇବା ସହିତ ବିଭିନ୍ନ ପ୍ରକାର ଦୁଃସାହାସିକ କୌଶଳ ପ୍ରଦର୍ଶନ କରିଛି ବାୟୁସେନା। ଏହି ସୋ’ରେ ରାଫେଲ, ସୁଖୋଇ, ଚିନୁକ, ତେଜସ ଆଦି ଯୁଦ୍ଧ ବିମାନ ସାମିଲ ହୋଇଛି।

୧୯୩୨ ଅକ୍ଟୋବର ୮ରେ ଭାରତୀୟ ବାୟୁସେନା ପ୍ରତିଷ୍ଠା ହୋଇଥିଲା। ବାୟୁସେନାର ୮୭ ବର୍ଷ ମଧ୍ୟରେ ଅନେକ ପରିବର୍ତ୍ତନ ଆସିଛି। ଯୋଦ୍ଧା ଓ ଯୋଦ୍ଧାଙ୍କ ପରିବାରକୁ ନେଇ ଦେଶ ଗର୍ବ କରୁଛି। ଭାରତୀୟ ବାୟୁସେନା ଦେଶ ପାଇଁ ନିରବଚ୍ଛିନ୍ନ ଭାବେ ସେବା କରୁଛି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବାୟୁସେନାର ଯୋଦ୍ଧା ଓ ସେମାନଙ୍କର ପରିବାରକୁ ଶୁଭେଚ୍ଛା ଜଣାଇଛନ୍ତି।

Comment