ଓଡ଼ିଶାଲାଇଭ୍‌ ବ୍ୟୁରୋrafale landed-2

ଭାରତୀୟ ବାୟୁସେନାରେ ୨୦୨୧, ଏପ୍ରିଲ ସୁଦ୍ଧା ୧୬ଟି ରାଫେଲ ବିମାନ‌ ସାମିଲ ହେବ। ନଭେମ୍ବର ୫ରେ ଅମ୍ବାଲା ଏୟାରବେସରେ ୩ଟି ରାଫେଲ ଲ୍ୟାଣ୍ଡ କରିବାକୁ ଥିଲା ବେଳେ ଜାନୁଆରିରେ ୩ ଓ ମାର୍ଚ୍ଚରେ ଆଉ ୩ଟି ରାଫେଲ ଆସିବ। ସେହିପରି ଏପ୍ରିଲ ମାସରେ ଆଉ ୭ଟି ରାଫେଲ ଭାରତରେ ପହଞ୍ଚିବ।

ରାଫେଲ ଉଡ଼ାଇବା ପାଇଁ ସ୍ୱତନ୍ତ୍ର ତାଲିମ ନେଇଥିବା ଭାରତୀୟ ପାଇଲଟ ଏଥିପାଇଁ ଖୁବଶୀଘ୍ର ଫ୍ରାନ୍ସ ଗସ୍ତ କରିବେ ବୋଲି ଜଣାପଡ଼ିଛି। ଚୀନ୍‌ ସହିତ ସୀମାରେ ଉତ୍ତେଜନା ଲାଗି ରହିଥିଲା ବେଳେ ଭାରତୀୟ ବାୟୁସେନା ବଳ ବଢ଼ାଇବ ଏହି ରାଫେଲ।

ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ଭାରତକୁ ୫ଟି ରାଫେଲ ମିଳିସାରିଛି। ଏବେ ଏହି ବିମାନ ଭାରତୀୟ ବାୟୁସେନାରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛି।

ଆଉ ୧୬ଟି ରାଫେଲକୁ ମିଶାଇଲେ ଆସନ୍ତା ଏପ୍ରିଲ ମାସ ବେଳକୁ ଭାରତ ନିକଟରେ ୨୧ଟି ରାଫେଲ୍ ଯୁଦ୍ଧ ବିମାନ ଥିବ। ଏହାପରେ ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ୧୬ଟି ରାଫେଲ ଆସିବ। ଫ୍ରାନ୍ସର ୩୬ଟି ରାଫେଲ ଆଣିବାକୁ ଭାରତର ଚୁକ୍ତି ହୋଇଛି।

Comment