ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ବାୟୁସେନାର ପରବର୍ତ୍ତୀ ମୁଖ୍ୟ ହେବେ ଏୟାର ମାର୍ଶଲ ଭି.ଆର ଚୌଧାରୀ। କେନ୍ଦ୍ର ସରକାର ଭି.ଆର ଚୌଧାରୀଙ୍କୁ ମଙ୍ଗଳବାର ବାୟୁସେନାର ମୁଖ୍ୟ ଭାବେ ନିଯୁକ୍ତି କରିଛନ୍ତି। ଏହା ପୂର୍ବରୁ ସେ ଭାରତୀୟ ବାୟୁସେନାର ଉପମୁଖ୍ୟ ଭାବରେ କାର୍ଯ୍ୟ ତୁଲାଉଥିଲେ।

ବର୍ତ୍ତମାନ ବୟୁସେନାର ମୁଖ୍ୟ ଭାବେ ଦାୟିତ୍ଵ ତୁଲାଉଥିବା ଆରକେଏସ୍ ଭଦୌରିଆ, ସେପ୍ଟେମ୍ବର ୩୦ରେ ଅବସର ନେବେ। ତେବେ ତାଙ୍କ ଅବସର ପୂର୍ବରୁ କେନ୍ଦ୍ର ସରକାର ନୂତନ ମୁଖ୍ୟଙ୍କ ନାମ ଘୋଷଣା କରିଛନ୍ତି। ଅକ୍ଟୋବର ୧ରେ ଭି.ଆର ଚୌଧାରୀ ଦାୟିତ୍ୱ ଗ୍ରହଣ କରିବେ। ସେ ନ୍ୟାସନାଲ ଡିଫେନ୍ସ ଏକାଡେମୀ ଓ ୱେଲିଙ୍ଗଟନର ପ୍ରତିରକ୍ଷା ସେବା କର୍ମଚାରୀ ମହାବିଦ୍ୟାଳୟର ପୂର୍ବତନ ଛାତ୍ର ଅଟନ୍ତି।

୨୦୨୦ ଅଗଷ୍ଟ ୧ରେ ଏୟାର ମାର୍ଶାଲ ଭି.ଆର ଚୌଧାରୀ ପାଶ୍ଚାତ୍ୟ ଏୟାର କମାଣ୍ଡର ମୁଖ୍ୟ ଭାବରେ କାର୍ଯ୍ୟ ତୁଲାଉଥିଲେ। ଏଥିସହ ୧୯୮୨ ମସିହା ଡିସେମ୍ବର ୨୯ରେ  ଭାରତୀୟ ବାୟୁସେନାର ଯୁଦ୍ଧ ସ୍ରୋତ(ଫାଇଟର ଷ୍ଟ୍ରିମ)ରେ ଫାଇଟର ପାଇଲଟ ଭାବରେ ଯୋଗ ଦେଇଥିଲେ। ସେ ଦୀର୍ଘ ୩୯ ବର୍ଷ ପର୍ଯ୍ୟନ୍ତ ଏହି ଦାୟିତ୍ଵ ତୁଲାଇଛନ୍ତି। ତାଙ୍କର ୩୮ଶହ ଘଣ୍ଟାରୁ ଅଧିକ ସମୟ ଉଡ଼ାଣ ଅଭିଜ୍ଞତା ରହିଛି।

Comment