ଓଡ଼ିଶାଲାଇଭ୍‌ ଏଣ୍ଟରଟନମେଣ୍ଟ ବ୍ୟୁରୋ

ଅଜୟ ଦେବଗନଙ୍କ ଫିଲ୍ମ ‘ତାନାଜୀ ଦ ଅନସଙ୍ଗ୍‌ ଓ୍ୱାରିୟର’ ଇତିହାସ ରଚିଛି। ଫିଲ୍ମ ବକ୍ସ ଅଫିସରେ ଦମଦାର ଆୟ କରିବା ସହ ଇତିହାସ ରଚିଛି। ଦେଶର ତିନି ସେନା ପ୍ରମୁଖ ଅଜୟଙ୍କ ଏହି ଫିଲ୍ମକୁ ଦେଖିଛନ୍ତି।

ଅବସରପ୍ରାପ୍ତ ନୌସେନା ଅଫିସର ହରିନ୍ଦର ସିକ୍କା ଟୁଇଟ କରି ଏହି ସୂଚନା ଦେଇଛନ୍ତି। ସେ ନୌସେନା, ବାୟୁସେନା, ସ୍ଥଳସେନା ମୁଖ୍ୟଙ୍କ ସହ ଅଜୟଙ୍କ ଫଟୋ ବି ଟୁଇଟରରେ ପୋଷ୍ଟ କରିଛନ୍ତି।

‘ତାନାଜୀ’ ଜାନୁଆରି ୧୦ରେ ରିଲିଜ ହୋଇଥିଲା। ଏହି ଫିଲ୍ମ ୧୫୦ କୋଟି କ୍ଲବରେ ସାମିଲ ହୋଇଛି। ଅଜୟଙ୍କ ସଫଳ ଫିଲ୍ମମାନଙ୍କ ମଧ୍ୟରୁ ଏହା ଅନ୍ୟତମ।

Comment