ଓଡ଼ିଶାଲାଇଭ୍ ବ୍ୟୁରୋ

ଜୟପୁର ବିମାନଘାଟିର ସମ୍ପ୍ରସାରଣ ହେବ। ଏନେଇ କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଏବଂ ରାସ୍ତା ଓ ଗୃହ ବିଭାଗର ନିବାହୀ ଯନ୍ତ୍ରୀ ଭାସ୍କର ଚନ୍ଦ୍ର ସମାନ୍ତରାୟ ଜୟପୁର ବିମାନଘାଟି ସ୍ଥିତି ସମୀକ୍ଷା କରିଥିଲେ। ବତ୍ତମାନ ରନୱେ ୯୧୫ ମିଟର ଲମ୍ବା ଏବଂ ୨୩ ମିଟର ଚଉଡା କରାଯାଇଛି। ଏହି ରନୱେ ରେ ଛୋଟ ବିମାନ ଚାଲିବ। କିନ୍ତୁ ରାଜ୍ୟ ସରକାର ଜୟପୁର ବିମାନଘାଟିରେ ଟି-୭୨ ସିଟ ବିମାନ ଚାଲିବା ନେଇ ବ୍ୟବସ୍ଥା କରିଛନ୍ତି। ରନୱେ  ସମ୍ପ୍ରସାରଣ କରିବା ପାଇ ୫୫ କୋଟି ଟଙ୍କା ମଞ୍ଜୁର ହୋଇଛି।

ଜିଲ୍ଲାପାଳ କହିଛନ୍ତି, ‘‘ ରନୱେ ୧୫ଶହ ମିଟର ଲମ୍ବା ହେବ। ଏହାସହ ବାଉଣ୍ଡ୍ରି ମଧ୍ୟ ନିର୍ମାଣ କରାଯିବ। ୯ ଶହ ମିଟର ପାଇଁ  ବାଉଣ୍ଡରୀ  କାର୍ଯ୍ୟ ସରିଥିବା ବେଳେ  ୧୫ ଶହ ମିଟର ରନୱେ ପାଇଁ କାର୍ଯ୍ୟ ଆରମ୍ଭ ହେବ।’’

ଗତ ୨୦୧୬ ମସିହାରେ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରେ ରେଜିଓନାଲ୍ କନେକ୍ଟିଭିଟି ସ୍କିମ୍ ଜରିଆରେ ‘ଏୟାର ଓଡ଼ିଶା’ ନାମକ ଏକ ସଂସ୍ଥା ଜୟପୁର ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିଥିଲା। ହେଲେ ଏହା ବନ୍ଦ ହୋଇଯାଇଥିଲା। ୧୯୬୨ ମସିହାରେ ୬୦ ଏକର ଜମିରେ ବିମାନବନ୍ଦର କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ପରେ ପୁଣି ଥରେ ଜମି ଅଧିଗ୍ରହଣ କରାଯାଇ ବିମାନବନ୍ଦର ସଂପ୍ରସାରଣ କରାଯାଇଥିଲା। ୧୦୦ ଏକର ଜମିରେ ୮ କୋଟି ଟଙ୍କା ବ୍ୟୟରେ ଉଚ୍ଚ ପାଚେରୀ ବି ନିର୍ମାଣ କରାଯାଇଛି। ଇତି ମଧ୍ୟରେ ରନୱେର କାମ ସରିଛି। ରନୱେକୁ ୯୧୫ ମିଟର ଲମ୍ବା ଏବଂ ୨୩ ମିଟର ଚଉଡା କରାଯାଇଛି। ସଂପୂର୍ଣ ବିମାନବନ୍ଦରର ବିକାଶ ପାଇଁ ୧୬ କୋଟି ଖର୍ଚ୍ଚ କରାଯାଇଥିଲା। ଟିକେଟ କାଉଣ୍ଟର ଏବଂ ଟର୍ମିନାଲ ବିଲ୍ଡିଂକୁ ଶେଷ ଷ୍ପର୍ଶ ବି ଦିଆଯାଉଛି।

Comment