ଓଡ଼ିଶାଲାଇଭ୍ ବ୍ୟୁରୋ

ODISHALIVE_NEWS UPDATE_2PM

ଓଡ଼ିଶା ସହ ଦେଶ ବିଦେଶର ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍ ଆଜିର ନ୍ୟୁଜ୍‌ ଅପ୍‌ଡେଟ୍‌।

କିଏ ଜଷ୍ଟିସ୍ ଏସ.ଏ ବୋବଡେ? ଯିଏ ହେବେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି

ବର୍ତ୍ତମାନ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଥିବା ରଞ୍ଜନ ଗୋଗୋଇଙ୍କ କାର୍ଯ୍ୟକାଳ ନଭେମ୍ବର ୧୭ରେ ଶେଷ ହେବାକୁ ଯାଉଛି। ତେଣୁ ପରମ୍ପରା ଅନୁସାରେ ଏହାପୂର୍ବରୁ ସେ ତାଙ୍କର ଉତ୍ତରାଧିକାରୀ ଚୟନ କରିଦେଇଛନ୍ତି। ଜଷ୍ଟିସ ଏସ.ଏ. ବୋବଡେଙ୍କ ପୂରାନାମ ହେଲା ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ। ସେ ବର୍ତ୍ତମାନ ସୁପ୍ରିମକୋର୍ଟର ବିଚାରପତି ଅଛନ୍ତି। ଏହାପୂର୍ବରୁ ସେ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ରହିଥିଲେ।

ବିଦେଶରୁ ଆସିଥିବା ଟୁର୍‌ ଅପରେଟରଙ୍କ ଆଗରେ ଓଡ଼ିଶା ପର୍ଯ୍ୟଟନର ସମ୍ଭାବନାକୁ ପ୍ରଦର୍ଶନ କଲା ବିଭାଗ

ଅକ୍ଟୋବର ୨୦ ତାରିଖରେ ହେବାକୁ ଥିବା ବି ଟୁ ବି ବୈଠକ ପୂର୍ବରୁ ଓଡିଶା ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏବଂ ବିଦେଶୀ ଟୁର ଅପରେଟରଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ଆଲୋଚନା ହୋଇଛି। ଓଡିଶା ପର୍ଯ୍ୟଟନକୁ ନେଇ ସମ୍ଭାଭ୍ୟ ବଜାର ଏବଂ ସୁଯୋଗ ସମ୍ପର୍କରେ ଏହି ଆଲୋଚନା ହୋଇଛି।

ଓଡ଼ିଶା ଖଣି ନିଗମରେ ବିଭିନ୍ନ ବରିଷ୍ଠ ଅଧିକାରୀ ପଦ ପାଇଁ ନିଯୁକ୍ତି

ଡେପୁଟି ଜେନେରାଲ ମ୍ୟାନେଜର(ପର୍ସୋନେଲ), ସିନିୟମ ମ୍ୟାନେଜର (ପର୍ସୋନେଲ), ମ୍ୟାନେଜର (ପର୍ସୋନେଲ) ଏବଂ ମେଡିକାଲ ଅଫିସର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ।

ବାୟୋଟେକ୍ନୋଲୋଜିରେ ପିଏଚ୍‌ଡି ପାଇଁ ବିଜୁ ପଟ୍ଟନାୟକ ରିସର୍ଚ୍ଚ ଫେଲୋସିପ୍‌ ଆହ୍ୱାନ

ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟ କିମ୍ବା ଓଡ଼ିଶାରେ ଥିବା କେନ୍ଦ୍ର ସରକାରଙ୍କ ଶିକ୍ଷାନୁଷ୍ଠାନରେ ଫୁଲ୍‌ ଟାଇମ୍‌ ପିଏଚ୍‌ଡି କରିବା ପାଇଁ ପ୍ରକାଶ ପାଇଲା ଫେଲୋସିପ୍‌। ଛାତ୍ରଛାତ୍ରୀମାନେ ୨୦୧୯-୨୦ ଶିକ୍ଷା ବର୍ଷରେ ପିଏଚ୍‌ଡି କରିବାକୁ ପାଇଁ ବିଜୁ ପଟ୍ଟନାୟକ ରିସର୍ଚ୍ଚ ଫେଲୋସିପ୍‌ ଆବେଦନ କରିପାରିବେ। ଏନେଇ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

୩ ପୋଲିସ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର

ତିନିଜଣ ପୋଲିସ ଅଧିକାରୀଙ୍କୁ ଶୁକ୍ରବାର ବାଧ୍ୟତାମୂଳକ ଅବସର ଦିଆଯାଇଛି। ଓଡ଼ିଶା ସରକାରଙ୍କ ୫-ଟି ପଲିସି ଆଧାରରେ ତାଙ୍କ ବିପକ୍ଷରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପୋଲିସ ଏସ.ଆଇ ବନମାଳୀ ନାୟକ, ଏ.ଏସ.ଆଇ ବୀରବର ଲେଙ୍କା ଓ ଏ.ଏସ.ଆଇ କିଶୋର କୁମାର ବାଗଙ୍କୁ ଚାକିରୀରୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଛି। ଏନେଇ ଓଡ଼ିଶା ଡିଜିପିଙ୍କ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।

ଗଜପତିରେ ଘାଟିକୁ ଖସିଲା ବସ, ୨୦ ଆହତ

ଭୁବନେଶ୍ୱରରୁ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅଭିମୁଖେ ଯାଉଥିବା ଏକ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୨୦ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୬ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଶୁକ୍ରବାର ‘ଇସ୍ପାତ୍’ ନାମକ ଏକ ଘରୋଇ ବସ୍ ଭୁବନେଶ୍ୱରରୁ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅଭିମୁଖେ ଯାତ୍ରା କରୁଥିଲା। ଗଜପତି ଜିଲ୍ଲା ଟିଟିସିଙ୍ଗି ନିକଟସ୍ଥ ମାର୍ଲଭା ଗାଁ ପାଖରେ ହଠାତ୍ ବସଟି ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡ଼ିଥିଲା।

ପିପିଲି: ପୋଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଭାଗୁ ଆହତ

ପିପିଲି ପୋଲିସକୁ ବଡ଼ ସଫଳତା। ପୋଲିସର ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଭାଗିରଥୀ ପ୍ରଧାନ ଓରଫ୍‌ ଭାଗୁ ଗୁରୁତର ଭାବେ ଆହତ ହୋଇଛି। ଭାଗୁ ନାଁରେ ଅନେକ ଅପରାଧିକ ମାମଲା ରହିଥିବା ସୂଚନା ମିଳିଛି। ପୋଲିସ ଏନ୍‌କାଉଣ୍ଟରରେ ଭାଗୁର ବାମ ଗୋଡ଼ରେ ଗୁଳି ବାଜିଛି।

ଅସୁସ୍ଥ ଅମିତାଭ, ହସ୍ପିଟାଲରେ ଭର୍ତ୍ତି

ବଲିଉଡର ବିଗ୍‌ ବି ଅମିତାଭ ବଚ୍ଚନ ଗତ ୩ ଦିନ ହେବ ହସ୍ପିଟାଲରେ ଆଡମିଟ୍‌ ହୋଇଛନ୍ତି। ମୁମ୍ବାଇର ନାନାବତୀ ହସ୍ପିଟାଲରେ ଅମିତାଭଙ୍କୁ ଭର୍ତ୍ତି କରାଯାଇଛି। ଅମିତାଭଙ୍କ ଲିଭର୍‌ରେ ଯନ୍ତ୍ରଣା ହେବାରୁ ସେ ଚିକିତ୍ସା ପାଇଁ ହସ୍ପିଟାଲରେ ଅଛନ୍ତି।

ଜନ୍ମଦିନରେ ଭେଟେରାନ୍‌ ଅଭିନେତା ଓମ୍‌ ପୁରୀଙ୍କୁ ମନେ ପକାଇଲେ ଦର୍ଶକ

ବଲିଉଡ୍ ଅଭିନେତା ଓମ୍ ପୁରୀଙ୍କ ଆଜି ଜନ୍ମଦିନ ଅବସରରେ ଆଜି ସାରାଦେଶ ତାଙ୍କୁ ମନେ ପକାଉଛି। ୧୮ ଅକ୍ଟୋବର ୧୯୫୦ ମସିହାରେ ପଞ୍ଚାବର ହରିୟାଣାର ଉମବାଲା ସହରରେ ଓମ୍ ପୁରୀ ଜନ୍ମ ଗ୍ରହଣ କରିଥିଲେ। ୨୦୧୭ରେ ୬୬ ବର୍ଷ ବୟସରେ ତାଙ୍କର ମୃତ୍ୟ ଘଟିଥିଲା।

ପରଦାକୁ ଆସିଲା ବିକ୍ରମ ଭଟ୍ଟଙ୍କ ହରର୍‌ ଫିଲ୍ମ ‘ଘୋଷ୍ଟ’

ରଦାକୁ ଆସିଲା ବିକ୍ରମ ଭଟ୍ଟଙ୍କ ହରର୍‌ ଫିଲ୍ମ ଘୋଷ୍ଟ। ବଲିଉଡରେ ହରର୍ ଷ୍ଟୋରୀ ପସନ୍ଦ କରୁଥିବା ଦର୍ଶକ ପାଇଁ ‘ଘୋଷ୍ଟ’ ଏକ ନୂଆ ଅନୁଭୂତି ଦେବ। ଏହି ଫିଲ୍ମରେ ଲୋକପ୍ରିୟ ଟେଲି କଳାକାର ସନାୟା ଇରାନୀ ଓ ଶିଭମ୍ ଭାର୍ଗବ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି।

Comment