ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅକ୍ଟୋବର ୨୦ରେ ଓଡ଼ିଶା ଟ୍ରାଭେଲ ବଜାରରେ ହେବାକୁଥିବା ହେବାକୁ ଥିବା ବି ଟୁ ବି ବୈଠକ ପୂର୍ବରୁ ଓଡିଶା ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏବଂ ବିଦେଶୀ ଟୁର ଅପରେଟରଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ଆଲୋଚନା ହୋଇଛି। ଓଡିଶା ପର୍ଯ୍ୟଟନକୁ ନେଇ ସମ୍ଭାଭ୍ୟ ବଜାର ଏବଂ ସୁଯୋଗ ସମ୍ପର୍କରେ ଏହି ଆଲୋଚନା ହୋଇଛି।

ଏହି ଅବସରରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ରାଜ୍ୟର ଥିବା ପ୍ରମୁଖ ପର୍ଯ୍ୟଟନସ୍ଥଳୀ, ଯାତାୟତର ମାର୍ଗ ସେଠାରେ ରହିବା ପାଇଁ ଥିବା ହୋଟେଲ ସୁବିଧା, ଭଡ଼ା ସମ୍ପର୍କରେ ସୂଚନା, ବ୍ୟବସାୟିକ ସୁଯୋଗ, ଏସମସ୍ତ ବିଷୟରେ ସୂଚନା ପ୍ରଦାନ କରିଥିଲେ। ଅଧିକାଂଶ ବିଦେଶୀ ଟୁର ଅପରେଟର ଓଡିଶାର ବଜାରରେ ସେମାନଙ୍କୁ ମିଳୁଥିବା ଆକର୍ଷଣୀୟ ଅଫରକୁ ଦେଖିପାରିଥିଲେ। ସେମାନଙ୍କ  ମଧ୍ୟରୁ କେତେକ ଏହି ଆଲୋଚନାରେ ନିଜର ସନ୍ତୁଷ୍ଟି ବ୍ୟର୍ଥ କରିଥିବାବେଳେ କେତେକ ବିଦେଶୀ ଟୁର୍‌ ଅପରେଟର ଘରୋଇ ଟୁର ଅପରେଟରର୍ସଙ୍କ ସହ ବିଶେଷ ସହଯୋଗୀତା ନିମନ୍ତେ ନିଜର ଋଚି ବ୍ୟକ୍ତ କରିଥିଲେ।

ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବିଦେଶୀ ଟୁର ଅପରେଟରଙ୍କୁ ଓଡିଶାରେ ଥିବା ପର୍ଯ୍ୟଟନର ସୁଯୋଗ ଏବଂ ସୁବିଧା ସମ୍ପର୍କରେ ଅବଗତ କରାଇବା ପାଇଁ କହିଥିଲେ ଯଦ୍ୱାରା ଓଡିଶାକୁ ଅଧିକରୁ ଅଧିକ ବିଦେଶୀ ପର୍ଯ୍ୟଟକ ଆସିପାରିବେ।

ଆହୁରି ମଧ୍ୟ ସେ କହିଥିଲେ ରାଜ୍ୟ ସରକାର ରାଜ୍ୟର ଭ୍ରମଣ ଏବଂ ପର୍ଯ୍ୟଟନ ବଜାରର ବିକାଶ ନିମନ୍ତେ ସର୍ବଦା ସହଯୋଗ କରିବା ନିମନ୍ତେ ପ୍ରତିବଦ୍ଧ।

ରାଜ୍ୟର ଅତିରିକ୍ତ ପ୍ରିନ୍ସିପାଲ ମୁଖ୍ୟ ଫରେଷ୍ଟ  କନଜରଭେଟର ସଚ୍ଚି ପାଲ, ଓଡିଶାର ଇକୋ ଟୁରିଜିମ୍‌ ସମୃଦ୍ଧତା ଉପରେ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ସଠିକ୍ ଭାବରେ ଏହାର ପ୍ରଚାର ପ୍ରସାର କରାଗଲେ ଏହା ଅନେକ ମାତ୍ରାରେ ଟୁରିଜିମମର ପ୍ରଚାର ଓ ପ୍ରସାରରେ ସହାୟକ ହେବା

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଚିଦେବ ଯାଦବ, ରାଜ୍ୟ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ, ଶ୍ରୀ ସୌଭାଗ୍ୟ ମହାପାତ୍ର, ଫିକି ପୂର୍ବାଞ୍ଚଳ ଅଧ୍ୟକ୍ଷ, ଜେ.କେ ମହାନ୍ତି, ସହ-ଅଧ୍ୟକ୍ଷ ଫିକି ନ୍ୟାସନାଲ ଟୁରିଜିମ୍ କମିଟି, ସଶି ପାଲ ପ୍ରମୁଖ ଉପସ୍ଥିତ ଥିଲେ।

Comment