ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଡିସେମ୍ବର ୮ରୁ ଫ୍ରେବୁଆରି ୨୮ ଯାଏଁ ଇକୋ ରିଟ୍ରିଟ୍‌
  • ୫ଟି ସ୍ଥାନରେ ହେବ ଇକୋ ରିଟ୍ରିଟ
  • ଓ୍ୱେବସାଇଟ ଜରିଆରେ କରିପାରିବେ ଆବେଦନ

ଚଳିତ ବର୍ଷ ଓଡିଶା ପର୍ଯ୍ୟଟନ ବିଭାଗ ୫ଟି ସ୍ଥାନରେ ଇକୋ ରିଟ୍ରିଟ ଆୟୋଜନ କରିଛି। କୋଣାର୍କ ସମେତ ହୀରାକୁଦ, ଦାରିଙ୍ଗିବାଡି, ସାତକୋଶିଆ ଓ ଭିତରକନିକାରେ ଇକୋ ରିଟ୍ରିଟ ଅନୁଷ୍ଠିତ ହେଉଛି। ଡିସେମ୍ବର ୮ ତାରିଖରୁ ଆରମ୍ଭ ହୋଇ ଇକୋ ରିଟ୍ରିଟ ଫେବ୍ରୁଆରି ୨୮ ଯାଏଁ ଚାଲିବ। ଏହି ରିଟ୍ରିଟ୍‌ରେ ସ୍ୱତନ୍ତ୍ର କଟେଜ୍, ରେସ୍ତୋରାଁ, ବାର, ଫୁଡ୍‌ କୋର୍ଟ, ହସ୍ତଶିଳ୍ପ ଷ୍ଟଲ ସହ ଜଳ କ୍ରୀଡ଼ା, ପ୍ରାକୃତିକ ସୌନ୍ଦର୍ଯ୍ୟ, ବୋଟିଂ ସହ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇପାରିବେ ପର୍ଯ୍ୟଟକ।

ଇକୋ ରିଟ୍ରିଟ୍ ମଜା ନେବା ପାଇଁ ଆପଣ କେମିତି କରିବେ ବୁକିଂ?

  • ୫ଟି ସ୍ଥାନରେ ହେବାକୁ ଥିବା ଯେକୌଣସି ଇକୋ ରିଟ୍ରିଟର ମଜା ନେବା ପାଇଁ ହେଲେ ପ୍ରଥମେ ଆପଣଙ୍କୁ https://ecoretreat.odishatourism.gov.in/ ଓ୍ୱେବସାଇଟକୁ ଯିବାକୁ ହେବ।
  • ଏହାପରେ ଆପଣଙ୍କୁ ଏହି ସାଇଟର ଡାହାଣ ପାର୍ଶ୍ୱରେ ୫ଟି ଯାକ ସ୍ଥାନରେ ବୁକିଂ ପାଇଁ ଅପ୍ସନ ମିଳିବ। ଆପଣ ଯେଉଁ ସ୍ଥାନକୁ ଯିବାକୁ ଚାହୁଁଥିବେ ସେହି ଅପ୍ସନ ଉପରେ କ୍ଲିକ୍‌ କରିବେ।
  • ଏହାପରେ ଆଉ ଏକ ପେଜ୍‌ ଖୋଲିବ। ଏଠାରେ ସେହି ଜାଗାର ବିଶେଷତ୍ୱ ଉପରେ ଆପଣଙ୍କୁ ଅଧିକ ତଥ୍ୟ ମିଳିବ।
  • ଏହାପରେ ଆପଣ ‘ବୁକ୍‌ ନାଓ’ (Book now), ‘ନୋ ମୋର’ (Know More ) ଅପ୍ସନ ଦେଖି ପାରିବେ।
  • ଏବେ ଆପଣ ବୁକିଂ ପାଇଁ ‘ବୁକ୍‌ ନାଓ’ ଅପ୍ସନ ଉପରେ କ୍ଲିକ୍‌ କରିପାରିବେ।
  • ଏହି ଅପ୍ସନରେ କ୍ଲିକ୍‌ କରିବା ପରେ ଆପଣ ଆଉ ଗୋଟିଏ ପେଜ୍‌ ଦେଖିପାରିବେ। ଏହି ପେଜରେ ଆପଣ ପ୍ୟାକେଜ୍‌, ଆକୋମୋଡେସନ କାଟାଗୋରି, ତାରିଖ, ଟେଣ୍ଟ ନମ୍ବର ଦେବା ପାଇଁ ଅପ୍ସନ ପାଇବେ।
  • ଏହାପରେ ଆପଣ କେତେ ସମୟ ରହିବେ, କେତେ ନମ୍ବର ଟେଣ୍ଟରେ ରହିବେ ଓ କେଉଁ ତାରିଖରେ ରହିବେ ଓ ଆପଣଙ୍କ ସହିତ କେଉଁ ବୟସ ବର୍ଗର ଲୋକ ରହିବେ ତାହା ଚୟନ କରିବାକୁ ପଡ଼ିବ।
  • ଏବେ ଆପଣ ନିଜ ନାଁ, ଇମେଲ ଆଇଡି, ମୋବାଇଲ ନମ୍ବର ଦେଇ ସବ୍‌ମିଟ କରିପାରିବେ।

୨୦୧୯ରୁ ଆରମ୍ଭ ହୋଇଛି ଇକୋ ରିଟ୍ରିଟ

୨୦୧୯ରେ ପ୍ରଥମ ଥର କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଇକୋ ରିଟ୍ରିଟ ଅନୁଷ୍ଠିତ ହୋଇଥିଲା। ଦୀର୍ଘ ୪୯ ଦିନ ଧରି ଚାଲିଥିବା ‘ମେରାଇନ୍‌ ଡ୍ରାଇଭ୍‌ ଇକୋ ରିଟ୍ରିଟ୍‌’ ଚାଲିଥିଲା। ଏହା ଜାଗାକୁ ଆଲୋକମାଳାରେ ସଜା ଯାଇଥିଲା। ସମୁଦ୍ର ବେଳାଭୂମିରେ ଟେଣ୍ଟରେ ରହିବାର ମଜା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥିଲା। ଏଥିରେ ରହିଥିଲା ୫୦ଟି ଶଯ୍ୟା ବିଶିଷ୍ଟ ଆକର୍ଷଣୀୟ ଟେଣ୍ଟ୍‌। ପର୍ଯ୍ୟଟକଙ୍କ ରହିବା ପାଇଁ ଟେଣ୍ଟଗୁଡ଼ିକୁ କ୍ଲାସିକ୍‌ କଟେଜ୍‌, ଡିଲକ୍ସ କଟେଜ୍‌, ପ୍ରିମିୟମ କଟେଜ୍‌, ରୟାଲ୍‌ କଟେଜ୍‌ ଓ ପ୍ରେସିଡେନ୍‌ସିଆଲ୍‌ ଭିଲ୍ଲା ଆଦିରେ ଶ୍ରେଣୀଭୁକ୍ତ କରାଯାଇଥିଲା।

Comment