ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ଵସ୍ତି ଗ୍ରୁପର ସିଏମଡି ଜେ କେ ମହାନ୍ତିଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି। ଶନିବାର ଦିନ କିଟ୍ ଡିମଡ ବିଶ୍ଵବିଦ୍ୟାଳୟର ୧୯ ତମ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଜେ କେ ମହାନ୍ତିଙ୍କୁ ଡିଗ୍ରୀ ଅଫ୍ ଡକ୍ଟରେଟ ଲେଟରସ୍ (ଡି’ ଲିଟ୍) ପ୍ରଦାନ କରାଯାଇଥିଲା।

“ହୋଟେଲ ଏବଂ ହସ୍ପିଟାଲିଟି କ୍ଷେତ୍ରରେ ମୋର ଦୀର୍ଘ ବର୍ଷର ଅଭିଜ୍ଞତା ଏବଂ ଯୋଗଦାନ ପାଇଁ କିଟ୍ ପକ୍ଷରୁ ପ୍ରଦାନ କରାଯାଇଥିବା ଡିଲିଟ ଉପାଧି ମୋତେ ଗୌରାବାନ୍ଵିତ କରିଛି। ଏହି ଉପାଧି ପାଇବି ବୋଲି ମୁଁ କେବେ ଭାବି ନଥିଲି”, କହିଛନ୍ତି ସ୍ଵସ୍ତି ଗ୍ରୁପର ସିଏମଡି ଜେ କେ ମହାନ୍ତିଙ୍କ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶା ଏମିତି ଏକ ରାଜ୍ୟ ଯେଉଁଠାରେ କଳା, ସଂସ୍କୃତି ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରି ରହିଛି। ଏଠାରେ ପର୍ଯ୍ୟଟନ କ୍ଷେତ୍ରରେ ଅନେକ ସୁଯୋଗ ଏବଂ ସମ୍ଭାବନା ରହିଛି। ତେଣୁ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ଲାଗି ଆଗକୁ ତାଙ୍କର ପ୍ରୟାସ ଜାରି ରହିବ ବୋଲି ଜେ କେ ମହାନ୍ତି କହିଛନ୍ତି।

ଓଡ଼ିଶା ହୋଟେଲ ଏବଂ ଟ୍ରାଭେଲ ଶିଳ୍ପରେ ୪୧ ବର୍ଷର ଅବଦାନ ଲାଗି କିଟ୍ ପଟରୁ ଜେ କେ ମହାନ୍ତିଙ୍କୁ ଏହି ସମ୍ମାନଜନକ ଉପାଧି ପ୍ରଦାନ କରାଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ ତାଙ୍କୁ ଡକ୍ଟରେଟ ଉପାଧି ପ୍ରଦାନ କରିଥିଲେ।

Tags: #KIITUniversity #JKMohanty #SwostiGroup #DLitt #Honour

LEAVE A REPLY

Please enter your comment!
Please enter your name here