ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ କୋଭିଡ ମୃତକଙ୍କ ପିଲାମାନଙ୍କୁ ମାଗଣାରେ ପାଠ ପଢାଇବ କିଟ୍। ଏଥିପାଇଁ କିଟ୍ ପକ୍ଷରୁ ଆବେଦନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଲାଣି।

ଅଗଷ୍ଟ ୧୦ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ କିଟ୍‍ ୱେବ୍‍ସାଇଟ୍‍ରେ ନାମଲେଖା ପ୍ରକ୍ରିୟାର ସବିଶେଷ ତଥ୍ୟ ଉପଲବ୍ଧ ରଖାଯାଇଛି। ୱେବ୍‍ସାଇଟ୍‍ରେ ଉପଲବ୍‍ଧ ଲିଙ୍କ ଆଧାରରେ ଆବେଦନ କଲେ କିଟ୍‍ କର୍ତ୍ତୃପକ୍ଷ ପ୍ରାର୍ଥୀଙ୍କୁ ଡାକି ନାମ ଲେଖାଇବାର ସବୁ ବନ୍ଦୋବସ୍ତ କରିବେ। ଏଥିପାଇଁ ଓ୍ୱେବସାଇଟରେ ଉପଲବ୍ଧ ଫର୍ମ ପୂରଣ କରି ଦାଖଲ କରିବାକୁ ପଡ଼ିବ।

କରୋନା ମୃତକଙ୍କ ପରିବାରର ପୁଅ ବା ଝିଅ କିଟ୍‍ର ବୈଷୟିକ ଉଚ୍ଚଶିକ୍ଷା ପାଇଁ ଯଦି ଆଗ୍ରହୀ ଥାଆନ୍ତି, ତେବେ ସେମାନଙ୍କ ନାମଲେଖା ଯୋଗ୍ୟତା ଅନୁସାରେ ସେମାନଙ୍କୁ କିଟ୍‍ ବିଶ୍ୱବିଦ୍ୟାଳୟର ଯେ କୌଣସି ବୈଷୟିକ (ଟେକ୍‍ନିକାଲ) ଓ ବୃତ୍ତିଗତ (ପ୍ରଫେସନାଲ୍‍) ପାଠ୍ୟକ୍ରମରେ ସଂପୂର୍ଣ୍ଣ ମାଗଣାରେ ପଢ଼ିବାର ସୁଯୋଗ ଦିଆଯିବ।

କିଛିଦିନ ପୂର୍ବରୁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ କୋଭିଡ ମୃତକଙ୍କ ପିଲାଙ୍କୁ କିଟ୍‌ରେ ମାଗଣା ପଢ଼ାଇବାକୁ ଘୋଷଣା କରିଥିଲେ। ତାଙ୍କ ଘୋଷଣା ଅନୁସାରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ବିଧିବଦ୍ଧ ଆରମ୍ଭ ହୋଇଛି।

LEAVE A REPLY

Please enter your comment!
Please enter your name here