ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵରସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟର ଇନୋଭେଟିଭ୍‍ ହବ୍‍ କିଟ୍‍-ଟିବିଆଇକୁ ଇନକ୍ୟୁବେଟର ଅଫ୍‍ ଦି ଇୟର୍‍ ୨୦୨୩ ପୁରସ୍କାର ପ୍ରଦାନ କରାଯାଇଛି। ଟେକ୍ନୋଲୋଜି ଇନକ୍ୟୁବେସନ୍ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପୁରସ୍କାର ମିଳିଛି। ଥାଇଲାଣ୍ଡର ବ୍ୟାଙ୍କକଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏସିଆନ ଆସୋସିଏସନ ଅଫ ବିଜିନେସ ଇକ୍ୟୁବେସନ୍‍ (ଏଏବିଆଇ) ପକ୍ଷରୁ ସଂସ୍ଥାକୁ ଏହି ପୁରସ୍କାର ଦିଆଯାଇଛି।

କିଟ୍‍-ଟିବିଆଇର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡକ୍ଟର ମୃତ୍ୟୁଞ୍ଜୟ ସୁଆର ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ପୁରସ୍କାର ଗ୍ରହଣ କରିଥିଲେ। ଏହି ଉପଲବ୍ଧି ପାଇଁ କିଟ୍ ବିଶ୍ଵବିଦ୍ୟାଳୟର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ କିଟ୍‍-ଟିବିଆଇର ସବୁ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

“ଏଭଳି ଅନ୍ତର୍ଜାତୀୟ ମାନ୍ୟତା ଦ୍ୱାରା କିଟ୍‍-ଟିବିଆଇ ଆହୁରି ଶୀର୍ଷକୁ ଉଠିବ। ଏହି ସ୍ୱୀକୃତି ଆମକୁ ପ୍ରଯୁକ୍ତି ସର୍ଜନା କ୍ଷେତ୍ରରେ ଆହୁରି ଅନେକ ବଡ଼ବଡ଼ ସଫଳତା ଆଣିବାରେ ପ୍ରେରଣା ଯୋଗାଇବ”, କହିଛନ୍ତି ଡକ୍ଟର ଅଚ୍ୟୁତ ସାମନ୍ତ।

କିଟ୍-ଟିବିଆଇ ବାୟୋଟେକ୍ନୋଲୋଜି, ଡିଜିଟାଲ୍ ହେଲ୍‌ଥ, ନବୀକରଣଯୋଗ୍ୟ ଶକ୍ତି, ସ୍ୱାସ୍ଥ୍ୟସେବା, କୃଷି ଓ ସବୁଜ ଶକ୍ତି ଭଳି ବିଭିନ୍ନ କ୍ଷେତ୍ରର ଷ୍ଟାର୍ଟଅପଗୁଡ଼ିକୁ ସେମାନଙ୍କ ପ୍ରାରମ୍ଭିକ ପର୍ଯ୍ୟାୟରେ ସହଯୋଗ କରିଆସୁଛି। ଏବେ ସୁଦ୍ଧା ସଂସ୍ଥା ୪୦୦ରୁ ଅଧିକ ଷ୍ଟାର୍ଟଅପକୁ ଆର୍ଥିକ ଓ ବୈଷୟିକ ସହଯୋଗ କରିଛି।

ସେହିପରି କିଟ୍-ଟିବିଆଇକୁ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟର ‘ନିଧି’ ଯୋଜନା, ଡିବିଟି-ବାଇରାକ, ମେଇଟି-ଏମଏସଏଚ୍‍, କେନ୍ଦ୍ର ଏମଏସଏମଇ ମନ୍ତ୍ରାଳୟ ତଥା ଅନ୍ୟନ୍ୟା ସଂସ୍ଥା ସହ ସହଭାଗିତା ମଧ୍ୟ କରିଛି। ଏହାସହ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ପକ୍ଷରୁ କିଟ୍-ଟିବିଆଇକୁ ସେଣ୍ଟର ଅଫ ଏକ୍ସେଲେନ୍ସର ମାନ୍ୟତା ପ୍ରଦାନ କରାଯାଇଛି।

 

ଏବେ ଏହି ଇନକ୍ୟୁବେଟର ଅଫ୍‍ ଦି ଇୟର୍‍ ସମ୍ମାନ ଯୋଗୁଁ କିଟ୍‍ ଟିବିଆଇ କେବଳ ଭାରତରେ ନୁହେଁ, ବରଂ ଅନ୍ତର୍ଜାତୀୟସ୍ତରରେ ମଧ୍ୟ ଶ୍ରେଷ୍ଠ ଇନକ୍ୟୁବେଟର ଭାବେ ସ୍ୱୀକୃତି ଲାଭ କରିଛି।

Tags: #KIIT-TBI #TechnologyIncubation #Startups #KIITUniversity #Bhubaneswar

Comment