ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍ ଆଜିର ମୁଖ୍ୟ ଖବର।

ଶତ୍ରୁକୁ କରିବ ନାଶ, ଭାରତକୁ ମିଳିଲା ପ୍ରଥମ ଶକ୍ତିଶାଳୀ ରାଫେଲ ବିମାନ

ଭାରତକୁ ମିଳିଲା ରାଫେଲ ଯୁଦ୍ଧ ବିମାନ ଆର ବି ୦୦୧। ବାୟୁସେନାର ପ୍ରଥମ ରାଫେଲ ଯୁଦ୍ଧ ବିମାନ ଆଣିବାକୁ ଫ୍ରାନ୍ସ ଯାଇଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଏକ ସ୍ୱତନ୍ତ୍ର ଉତ୍ସବରେ ରାଫେଲ ବିମାନ ଗ୍ରହଣ କରିଛନ୍ତି।

ରାବଣ ପୋଡ଼ି ଉତ୍ସବରେ ମୋଦୀ – ‘‘ଉତ୍ସବ ହେଉଛି ସାମାଜିକ ଜୀବନର ପ୍ରାଣତତ୍ତ୍ୱ’’

ଆଜି ବିଜୟାଦଶମୀ। ଅସତ୍ୟ ଉପରେ ସତ୍ୟର ବିଜୟ। ଏହି ଅବସରରେ ସବୁଠି ଚାଲିଛି ରାବଣ ପୋଡ଼ି। ଦ୍ୱାରକା ସେକ୍ଟର ୧୦ସ୍ଥିତ ଦଶହରା ପଡ଼ିଆରେ ରାବଣ ପୋଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇ ରାବଣ ଦହନ କରିଥିଲେ।

ଭସାଣ ପାଇଁ କଟକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କଲା କମିସନରେଟ ପୋଲିସ

ଦଶହରା ଶେଷ ହେବା ସହ ବର୍ତ୍ତମାନ ଭସାଣ ଉତ୍ସବର ପ୍ରସ୍ତୁତି କରିଛି କମିସନରେଟ ପୋଲିସ। ବିସର୍ଜନ ସମୟରେ ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ପୋଲିସ ଆଗରେ ବଡ଼ ଚ୍ୟାଲେଞ୍ଜ। ଏହାକୁ ଆଖି ଆଗରେ ରଖି ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ବିଜୟା ଦଶମୀରେ ଜମିଲା ସିନ୍ଦୂର ଖେଳ, ଦହିପଖାଳ ଭୋଗ ପାଇଁ ଭକ୍ତଙ୍କ ଭିଡ଼

ଆଜି ବିଜୟାଦଶମୀ। ଆସନ୍ତାକାଲି ମା’ ବିଦାୟ ନେବେ। କଟକି ଦଶହରାରେ ବେଶ ଗୁରୁତ୍ୱ ବହନ କରେ ଏହି ବିଦାୟ ବେଳର ଦୃଶ୍ୟ। ଦହି ପଖାଳ ବାସ୍ନାରେ ମହକେ ସାରା ସହର। ହଜାର ହଜାର ଭକ୍ତ ଆନନ୍ଦର ସହ ପାଆନ୍ତି ଏହି ଭୋଗ। ଖାଇବା ଖୁଆଇବାର ମାହୋଲ ବେଶ ଜମେ ପୂଜା ମଣ୍ଡପଗୁଡ଼ିକରେ। ସେହିପରି ବିଜୟାଦଶମୀରେ ସିନ୍ଦୂର ଖେଳ ଆଉ ଏକ ନିଆରା ପରମ୍ପରା। ବଙ୍ଗୀୟ ପୂଜା ବିଧିରେ ଏହା ପାଳନ କରାଯାଇଥାଏ। କଟକ ସହରରେ ଏହାର ଝଲକ ଦେଖିବାକୁ ମିଳିଥାଏ।

ପୁଣି ଆମାଜନ୍‌ରେ ଆରମ୍ଭ ହେବ ବଡ଼ ଅଫର, ୯୦% ଯାଏଁ ମିଳିବ ରିହାତି

ଚାଲିଛି ପାର୍ବଣର ୠତୁ। ମାଡ଼ ହେଉଛି ଅଫର ପରେ ଅଫର। ଏହାର ଫାଇଦା ଉଠାଉଛନ୍ତି ଗ୍ରାହକ। ଏହାକୁ ନଜରରେ ରଖି ଆମାଜନ୍‌ ପୁଣି ଏକ ବଡ଼ ଅଫର ଆଣିବାକୁ ଯାଉଛି। କମର୍ସ ଓ୍ୱେବ୍‌ସାଇଟ୍‌ ଗ୍ରାହକଙ୍କ ପାଇଁ ଧମାକେଦାର ଅଫର ଆଣୁଛି। ସପିଂ ସାଇଟ୍‌ ଆମାଜନ୍‌ ପୁଣି ଗ୍ରାହକଙ୍କ ପାଇଁ ଆଣୁଛି ଗ୍ରେଟ୍‌ ଇଣ୍ଡିଆ ଫେଷ୍ଟିଭାଲ ସେଲ୍‌।

ଇଂଜିନିୟର ଚାକିରି ଛାଡ଼ି, ମାଗଣାରେ ଲୋକଙ୍କୁ ଦେଉଛନ୍ତି ସାଇକେଲ ସେବା

ମାଗଣାରେ ଆପଣଙ୍କୁ ସାଇକେଲ ଚଲାଇବାକୁ ମିଳିବ। ଆପଣ କୌଣସି ପାଖ ସ୍ଥାନକୁ ଯାଉଥିଲେ ଆପଣ ବିନା କୌଣସି ଟଙ୍କା ଦେଇ ସାଇକେଲ ନେଇପାରିବେ। ଏପରି ଏକ ମହତ ଚିନ୍ତାଧାରାକୁ କାର୍ଯ୍ୟରେ ପରିଣତ କରିଛନ୍ତି ୪୦ ବର୍ଷୀୟ ଏମ୍‌ଏସ୍‌ ଅଥିରୂପ।

ସୋନପୁର: ଏକାଥରେ ୪ ସନ୍ତାନଙ୍କୁ ଜନ୍ମ ଦେଲେ ମହିଳା

ଏକାଥରେ ୪ ସନ୍ତାନଙ୍କୁ ଜନ୍ମ ଦେଲେ ମହିଳା। ଏପରି ଏକ ଘଟଣା ଦେଖିବାକୁ ମିଳିଛି ସୋନପୁର ଜିଲ୍ଲାରେ। ହେଲେ ଜନ୍ମ ହେବା ପରେ ଶିଶୁମାନଙ୍କର ମୃତ୍ୟୁ ହୋଇଛି।

ପାରାଦୀପ: ଟ୍ରଲର ବୁଡ଼ି ୩ ମତ୍ସ୍ୟଜୀବୀ ନିଖୋଜ

ଟ୍ରଲର ବୁଡ଼ିବା ଯୋଗୁଁ ୩ଜଣ ମତ୍ସ୍ୟଜୀବୀ ନିଖୋଜ ହୋଇଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ପାରଦୀପ ସହରର ନେହରୁ ବଙ୍ଗଳା ନିକଟ ମହାନଦୀ ମୁହାଣରେ। ଘଟଣାସ୍ଥଳରେ ଅନ୍ୟ ମତ୍ସ୍ୟଜୀବୀମାନେ ସେମାନଙ୍କୁ ଉଦ୍ଧାର କରିବାର ପ୍ରୟାସ ଜାରି ରଖିଛନ୍ତି।

ପୁରୀ: ଘନଶ୍ୟାମ ହେମଲତା ବିଦ୍ୟାମନ୍ଦିରରେ ଶିକ୍ଷକ ଶିକ୍ଷୟିତ୍ରୀ ପାଇଁ ବିଜ୍ଞପ୍ତି

ପୁରୀ ଘନଶ୍ୟାମ ହେମଲତା ବିଦ୍ୟାପୀଠରେ ଶିକ୍ଷକ ଶିକ୍ଷୟିତ୍ରୀ ଆବଶ୍ୟକ। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ବିଭିନ୍ନ ବିଷୟରେ ଶିକ୍ଷକତା ପାଇଁ ଇଚ୍ଛୁକ ପ୍ରାର୍ଥୀମାନେ ସିଧାସଳଖ ସାକ୍ଷାତକାର ଦେଇ ପାରିବେ।

ବିଜୟାଦଶମୀରେ ସ୍ୱାମୀଙ୍କ ସହ ସିନ୍ଦୂର ଖେଳିଲେ ବିପାଶା

ବଲିଉଡ ଅଭିନେତ୍ରୀ ବିପାଶା ବସୁ ବିଜୟାଦଶର୍ମୀ ଅବସରରେ ସିନ୍ଦୂର ଖେଳିଛନ୍ତି। ପଶ୍ଚିମବଙ୍ଗରେ ରହୁଥିବା ଏହି ସୁନ୍ଦରୀ ଅଭିନେତ୍ରୀ ସିନ୍ଦୂର ଖେଳର ଭରପୂର ମଜା ନେଇଛନ୍ତି।

ଖୋର୍ଦ୍ଧା: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦୁଇ ମହିଳାଙ୍କ ଜୀବନ

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦୁଇ ମହିଳାଙ୍କ ଜୀବନ। ଏପରି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଥାନା ତେନ୍ତୁଳିଡିହ ଗାଁରେ। ମହିଳା ଦ୍ଵୟ ହେଲେ ବିଦ୍ୟୁତଲତା ମହାପାତ୍ର ଓ ମମତା ମହାପାତ୍ର।

ହୀରା ବ୍ୟବସାୟରେ ମାନ୍ଦାବସ୍ତା, ଏଥର କର୍ମଚାରୀଙ୍କୁ ଉପହାର ଦେବେନି ସାବଜୀ ଢୋଲକିଆ

ହୀରା ଗହଣା ବ୍ୟବସାୟରେ ବଡ଼ ଧରଣ ମାନ୍ଦାବସ୍ଥା ଦେଖାଦେଇଛି। ଯେଉଁ କାରଣରୁ ପ୍ରତିବର୍ଷ ନିଜର କର୍ମଚାରୀଙ୍କୁ ଦୀପାବଳୀରେ ଦାମୀ ଉପହାର ଦେଇ ଚର୍ଚ୍ଚାରେ ରହୁଥିବା ସୁରଟର ହୀରା ଗହଣା ବ୍ୟବସାୟୀ ସାବଜୀ ଢୋଲକିଆ ଚଳିତବର୍ଷ ନିଜ କର୍ମଚାରୀଙ୍କୁ କୌଣସି ଉପହାର ଦେବେନାହିଁ ବୋଲି ସ୍ଥିର କରିଛନ୍ତି।

ରାଜଧାନୀରେ ରାବଣ ପୋଡ଼ି ଲାଗି ବଦଳିଲା ରୁଟ୍‌: ଜାଣନ୍ତୁ କେଉଁ ବାଟରେ ଯିବେ

ଭୁବନେଶ୍ୱରରେ ରାବଣ ପୋଡ଼ି ପାଇଁ ବିଭିନ୍ନ ରାସ୍ତାର ଗତିପଥକୁ ବଦଳାଇଛି କମିସନରେଟ୍ ପୋଲିସ୍। ମଙ୍ଗଳବାର ଭସାଣ ଦିନ ଅପରାହଣ୍ ୪ଟାରୁ ରାତି ୧ଟା ପର୍ଯ୍ୟନ୍ତ ଏହି ନୂଆ ରୁଟ୍‌ରେ ଯାତ୍ରୀମାନେ ଯିବା ଆସିବା କରିପାରିବେ।

Comment