ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତକୁ ମିଳିଲା ରାଫେଲ ଯୁଦ୍ଧ ବିମାନ ଆର ବି ୦୦୧। ବାୟୁସେନାର ପ୍ରଥମ ରାଫେଲ ଯୁଦ୍ଧ ବିମାନ ଆଣିବାକୁ ଫ୍ରାନ୍ସ ଯାଇଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଏକ ସ୍ୱତନ୍ତ୍ର ଉତ୍ସବରେ ରାଫେଲ ବିମାନ ଗ୍ରହଣ କରିଛନ୍ତି।

ଏ ଅବସରରେ ରାଜନାଥ କହିଛନ୍ତି, “ଭାରତୀୟ ବାୟୁସେନାକୁ ଆହୁରି ଅଧିକ ବଳଶାଳୀ କରିବା ଆମର ଲକ୍ଷ୍ୟ। ଏଥିପାଇଁ ଏହି ରାଫେଲ୍ ବିମାନ ବାୟୁସେନାକୁ ବେଶ୍ ସହାୟକ ହୋଇପାରିବ। ମୁଁ ଆଶାକରୁଛି ଠିକ୍ ସମୟ ଭିତରେ ଆମେ ସବୁ ବିମାନ ଫ୍ରାନ୍ସଠାରୁ ପାଇପାରିବୁ।”

ଏହାସହ ଆଜି ଭାରତୀୟ ପରମ୍ପରା ଅନୁସାରେ ସେ ଶସ୍ତ୍ରପୂଜା କରିବା ପରେ ରାଫେଲ ବିମାନରେ ଉଡ଼ାଣ ଭରିବେ।

ଭାରତୀୟ ବାୟୁସେନାରେ ରାଫେଲ ସାମିଲ ହେବା ପରେ ପ୍ରଥମେ ଏହି ବିମାନ ଚୀନ ସୀମାରେ ନିୟୋଜିତ ହେବ। ଅରୁଣାଚଳ ପ୍ରଦେଶକୁ ନେଇ ଚୀନର ଆକ୍ରମକ ମନୋଭାବ ଯୋଗୁଁ ପ୍ରଥମେ ଚୀନ ସୀମାରେ ଏହି ଲଢ଼ୁଆ ବିମାନ ରାଫେଲକୁ ନିୟୋଜିତ କରାଯିବ।

ଲଢ଼ୁଆ ବିମାନ ରାଫେଲର ବିଶେଷତ୍ୱ :

  • ଏହା ଉଭୟ ଆକାଶମାର୍ଗ ଓ ସ୍ଥଳଭାଗରେ ଆକ୍ରମକ ଭାବରେ ଯୁଦ୍ଧ କରିବା ପାଇଁ ସକ୍ଷମ।
  • ପରମାଣୁ ବୋମା ନିକ୍ଷେପ ପାଇଁ ମଧ୍ୟ ଏହାକୁ ପ୍ରସ୍ତୁତ କରଯାଇଛି।
  • ୧ ମିନିଟ୍ ରେ ୨୫୦୦ ରାଉଣ୍ଡ ଗୁଳିଚାଳନାର କ୍ଷମତା ରହିଛି।
  • ଏଥିରେ ଅତିକମ୍ ସମୟରେ ଶତ୍ରୁ ସୀମାକୁ ଯାଇ ଯୁଦ୍ଧ କରି ପୁଣି ଫେରିବାର ସାମର୍ଥ୍ୟ ରହିଛି।
  • ଏହା କମ୍ କିମ୍ବା ବେଶୀ ଉଚ୍ଚତାରେ ମଧ୍ୟ ଯୁଦ୍ଧ କରିପାରେ।

Comment